fbpx

Video; ଆତଙ୍କ-ଭୟ ଭିତରେ ଭାଇଚାରା, ହିନ୍ଦୁମାନଙ୍କୁ ସୁରକ୍ଷା ଦେଲେ ମୁସଲମାନ ଗୋଷ୍ଠୀ- ‘ଡରନି ଆମେ ଅଛୁ…’

ନୂଆଦିଲ୍ଲୀ: ଜଳୁଛି ବାଂଲାଦେଶ, ଯୋଉଠି ଦେଖିବ ହିଂସା ଆଉ ବିରୋଧାଚରଣ । ବିକ୍ଷୋଭର ଏ ଉଗ୍ର ରୂପ ସମ୍ପୂର୍ଣ୍ଣ ଦେଶଟାକୁ ଛାରଖାର କରିସାରିଲାଣି । କିଏ କାହାକୁ ଲୁଟୁଛି ତ କିଏ କାହାକୁ ମାରୁଛି । ଏହାରି ଭିତରେ ଆସିଛି ଆଉ ଏକ ସାଙ୍ଘାତିକ ଖବର । ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି ବାଂଲାଦେଶୀ ହିନ୍ଦୁଙ୍କ ଉପରେ ହେଉଛି ଅତ୍ୟାଚାର । ଯାହାକୁ ନେଇ ସମଗ୍ର ବିଶ୍ୱବାସୀ ଚିନ୍ତାରେ ।

ହେଲେ ଏସବୁ ଭିତରେ ମଣିଷ ପଣିଆର ଝଲକ ବି ଦେଖିବାକୁ ମିଳିଛି । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଭାଇରାଲ ହେଉଥିବା ଏହି ଭିଟିଓଟି ଉପରେ ନଜର ପକାଇଲେ ଆପଣ ବି କହିବେ ସବୁ ଦାଢ଼ି-ଟୋପି ପିନ୍ଧା ଲୋକ ଆତଙ୍କୀ ନୁହନ୍ତି । ସେମାନଙ୍କ ଭିତରେ ବି ରହିଛି ମଣିଷ ପଣିଆ । ଏଦୃଶ୍ୟ ବୟାନ କରୁଛି, କେତେ କଷ୍ଟରେ ଅଛନ୍ତି ବାଂଲାଦେଶୀ ହିନ୍ଦୁ । ଆଉ ଏଥିରୁ ଭାସିଆସୁଛି ଭାଇଚାରାର ସୁଗନ୍ଧ ।

ରାତିର ଘନ ଅନ୍ଧାର ଭିତରେ ହଠାତ୍ ଆସି ଦୁଆର ଠକ୍ ଠକ୍ କରି ମାଇକରେ କହୁଛନ୍ତି । ଡରନ୍ତୁନି ଆମେ ଅମେ ଅଛୁ, ତମ ମନ୍ଦିର ଆଉ ତମ ସୁରକ୍ଷା ଆମେ ନେବୁ । ତମର କିଛି ହେବନି । ଆମେ ତମ ସାଙ୍ଗରେ ଅଛୁ । ତମର ଯାହା ଦରକାର ଆମକୁ କୁହନ୍ତୁ । ଆମ ନମ୍ୱର ନିଅନ୍ତୁ…. ଏତିକି ଶୁଣି ସତେ ଜେମିତି ଜୀବନ ପାଇଗଲେ ସେହି ହିନ୍ଦୁ ପରିବାର ଆଉ ଫାଟକ ସେପଟୁ ବଙ୍ଗଳା ଭାଷାରେ କଣ ସବୁ କହି ପକାଉଛନ୍ତି । ଏ ଦୃଶ୍ୟ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

 

Get real time updates directly on you device, subscribe now.