fbpx
BSKY SKY
BSKY SKY

ଖଲ୍ଲିକୋଟରେ ବିଷାକ୍ତ ଖାଦ୍ୟ ଖାଇ ଭାଇ-ଭଉଣୀ ମୃତ, ମା’ ଗୁରୁତର

BSKY

ଖଲ୍ଲିକୋଟ(ଓଡ଼ିଶା ଭାସ୍କର): ଖଲ୍ଲିକୋଟରେ ବିଷାକ୍ତ ଖାଦ୍ୟ ଯୋଗୁଁ ଘଟିଯାଇଛି ଅଭାବନୀୟ ଘଟଣା । ବିଷାକ୍ତ ଖାଦ୍ୟ ଖାଇ ଭାଇ-ଭଉଣୀଙ୍କର ମୃତ୍ୟୁ ହୋଇଥିବା ବେଳେ ମା’ ଗୁରୁତର ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ଗଡ଼ହୁମା ଗାଁରେ ଘଟିଯାଇଛି ଏହି ଅଭାବନୀୟ ଘଟଣା । ଗୁରୁତର ଅବସ୍ଥାରେ ମା’ଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି ।

ମୃତ ଶିଶୁ ହେଲେ ରାମକୃଷ୍ଣ ମହାରଣାଙ୍କ ପୁଅ ରୁଦ୍ର ମହାରଣା ( ୨ବର୍ଷ) ଓ ଭଉଣୀ ସିମରଣ ମହାରଣା ( ୩ ବର୍ଷ) । ସ୍ତ୍ରୀ ସୁନିତା ମହାରଣା ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରେ ଖାଦ୍ୟ ଖାଇବା ପରେ ସମସ୍ତଙ୍କ ବାନ୍ତି ହୋଇଥିଲା ।

୩ ଜଣଙ୍କୁ ହସ୍ପିଟାଲ ନିଆଯିବା ପରେ ସେଠାରେ ଚିକିତ୍ସିତ ଅବସ୍ଥାରେ ଭାଇ-ଭଉଣୀଙ୍କର ମୃତ୍ୟୁ ହୋଇଥିଲା । ସେଠାରେ ପ୍ରଥମେ ପୁଅ , ପରେ ଝିଅଙ୍କ ମୃତ୍ୟୁ ହୋଇଥିଲା । କେଉଁ ବିଷାକ୍ତ ଖାଦ୍ୟ ଖାଇ ୨ ଜଣଙ୍କର ମୃତ୍ୟୁ ହୋଇଛି, ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନି । ଘଟଣାକୁ ନେଇ ପୋଲିସ ଯାଞ୍ଚ ଆରମ୍ଭ କରିଛି ।

Get real time updates directly on you device, subscribe now.