fbpx
BSKY SKY
BSKY SKY

ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ: ପ୍ରତିଦିନ ଦେବାକୁ ପଡିବ ୭ ଲକ୍ଷ ଟଙ୍କା ଜରିମାନା

BSKY

ୱାଂଶିଟନ୍: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ଷମତା ହରାଇବା ପରେ ଲଗାତାର ଭାବେ ଖବରରେ ରହିଆସୁଛନ୍ତି । ଏବେ ନ୍ୟୁୟର୍କର ଆଟର୍ଣ୍ଣି ଜେନେରାଲଙ୍କ ସହ ଏକ ଆଇନଗତ ଯୁଦ୍ଧରେ ସୋମବାର ଦିନ ଟ୍ରମ୍ପଙ୍କୁ କୋର୍ଟର ଅବମାନନା ପାଇଁ ଦୋଷୀ ସାବ୍ୟସ୍ତ କରିଛନ୍ତି ବିଚାରପତି । ଏହା ସହ ତାଙ୍କ ଉପରେ ମୋଟା ଅଙ୍କର ଜରିମାନା ବି ଲଗାଯାଇଛି ।

ନ୍ୟୁୟର୍କର ଆଟର୍ଣ୍ଣି ଜେନେରାଲଙ୍କ ଦ୍ୱାରା ତାଙ୍କ ବ୍ୟବସାୟ କାରବାରର ଏକ ଯାଞ୍ଚର ଅଂଶ ଭାବରେ ଜାରି କରାଯାଇଥିବା ସମନ ଉପରେ ଟ୍ରମ୍ପ ଯଥେଷ୍ଟ ଉତ୍ତର ଦେବାରେ ବିଫଳ ହୋଇଥିଲେ । ଜଜ୍ ଆର୍ଥର ଆଙ୍ଗୋରନ୍ ଟ୍ରମ୍ପଙ୍କୁ ଦୈନିକ ୧୦ ହଜାର ଡଲାର (ପ୍ରାୟ ୭.୬ ଲକ୍ଷ ଟଙ୍କା) ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଟ୍ରମ୍ପଙ୍କ ବିରୋଧରେ ଚାଲିଥିବା ମାମଲାର ଯାଞ୍ଚରୁ ସାମ୍ନାକୁ ଆସିଛି ଯେ, ତାଙ୍କ ସଂଗଠନ ତଥ୍ୟକୁ ନେଇ ହେରାଫେରି କରିଛନ୍ତି ଓ ଅନେକ ରିଅଲ ଇଷ୍ଟେଟ କାରବାରରେ ଟିକସ ହ୍ରାସ କରିବା ଉଦ୍ଦେଶ୍ୟରେ ଲୋନ୍ କଭରେଜକୁ ନିଜ ଅନୁସାରେ ବଦଳାଇବାର କାମ କରିଛନ୍ତି ।

ତେବେ ଟ୍ରମ୍ପ ଦିଆଯାଇଥିବା ସମୟ ଭିତରେ କୋର୍ଟରେ ଡକ୍ୟୁମେଣ୍ଟଗୁଡିକ ଉପସ୍ଥାପନ କରିପାରିନଥିଲେ, ଯେଉଁଥିପାଇଁ ମାର୍ଚ୍ଚର ଡେଡଲାଇନ୍ ସ୍ଥିର କରାଯାଇଥିଲା । ଏବେ କୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବା ପର୍ଯ୍ୟନ୍ତ ତାଙ୍କୁ ଏହି ଜରିମାନା ଦେବାକୁ ପଡିବ । ଏହି ନିଷ୍ପତ୍ତି ବିରୋଧରେ ସେ ଆବେଦନ କରିବେ ବୋଲି ଟ୍ରମ୍ପଙ୍କ ଓକିଲ କହିଛନ୍ତି ।

Get real time updates directly on you device, subscribe now.