fbpx
BSKY
BJD YOUTH SKY
BJD MS SKY

୨୦୧୪, ୨୦୧୯ ନିର୍ବାଚନରେ ବିଜୟ ପରେ ଏବେ ହ୍ୟାଟିକ୍ ଲକ୍ଷ୍ୟରେ ମୋଦୀ, ଆସନ୍ତା ସପ୍ତାହରୁ ଆରମ୍ଭ ହେବ BJPର Mission-2024

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ମେଗା ଫାଇନାଲକୁ ଆଉ କମ୍ ସମୟ ବାକି ଅଛି । ତେଣୁ ଏହାକୁ ଦୃଷ୍ଟିରେ ଦେଶର ପ୍ରମୁଖ ରାଜନୈତିକ ଦଳମାନେ ନିଜର ନିଜର ଅଣ୍ଟା ଭିଡ଼ିବା ଆରମ୍ଭ କରିଦେଇଛନ୍ତି । ବିଶେଷ କରି ଭାରତୀୟ ଜନତା ପାର୍ଟି ହ୍ୟାଟ୍ରିକ ଲକ୍ଷ୍ୟରେ ରହିଛି । ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଜେପି ଗତ ୨୦୧୪, ୨୦୧୯ରେ ଲଗାତର ଦୁଇଥର କେନ୍ଦ୍ରରେ କ୍ଷମତାସୀନ ରହିଥିବା ବେଳେ ଆସନ୍ତା ୨୦୨୪ରେ ଅସଲ ଅଗ୍ନିପରୀକ୍ଷା ଦେବାକୁ ଯାଉଛି ।

ଅନ୍ୟପଟେ ବିଜେପିର ଜୟଯାତ୍ରା ରଥକୁ ରୋକିବା ପାଇଁ ବିରୋଧୀ କଂଗ୍ରେସ, ଟିଏମସି ଓ ଆପ୍ ସହିତ ଅନ୍ୟ ବିରୋଧୀ ଶିବିର ମଧ୍ୟ ଚଳଚଞ୍ଚଳ ହୋଇଉଠିଲାଣି । ଜଣାପଡ଼ିଛି ଯେ, ବିଜେପି ନିଜର ରଣନୀତି ପ୍ରସ୍ତୁତ କରି ବରିଷ୍ଠ ନେତାଙ୍କୁ ନେଇ ଏକ ଟିମ୍ ବନାଇଛି । ସମଗ୍ର ଭାରତବର୍ଷରେ ଦଳ ୭୪ ହଜାର ବୁଥ ଚିହ୍ନଟ କରି ସାରିଛି । ଉକ୍ତ ବୁଥଗୁଡ଼ିକର ସମସ୍ତ ସ୍ଥାନମାନଙ୍କରେ ଦଳ କ୍ରମାଗତ ଭାବେ ଜିତି ଆସୁଛି । ଉକ୍ତ ବୁଥଗୁଡ଼ିକରେ ଦଳ ନିଜର ସ୍ଥିତି ମଜବୁତ କରିବା ସହ ତୃଣମୂଳ ସ୍ତରରୁ ନିଜର ସ୍ଥାନ ସଂରକ୍ଷଣ କରିବାକୁ ପ୍ରୟାସ କରିବ । ତେବେ ଏହି ଫର୍ମୂଲା ଅଧିକାଂଶ ଦକ୍ଷିଣ ଓ ପଶ୍ଚିମ ରାଜ୍ୟମାନଙ୍କରେ ପ୍ରୟୋଗ ହୋଇପାରେ ।

ପୂର୍ବରୁ ବିଜେପି ଉପାଧ୍ୟକ୍ଷ ବୈଜପଣ୍ଡାଙ୍କ ଅଧ୍ୟକ୍ଷତାରେ ଚାର ଜଣିଆ ସଂସଦୀୟ ଟିମ୍ ୨୩୦୦ଟି ବିଧାନସଭା କ୍ଷେତ୍ର ଅଧିନସ୍ଥ ସମସ୍ତ ବୁଥକୁ କଭର କରିବା ପାଇଁ ରଣନୀତି ପ୍ରସ୍ତୁତ କରାଯାଇଥିଲା । ଯେଉଁ ନିର୍ବାଚନରେ ମଣ୍ଡଳୀରେ ଦଳର ଜଣେ ବିଧାୟକ ବା ସାଂସଦ ରହିଛନ୍ତି ସେଠାରେ ଏହି ନିୟମ ଲାଗୁ କରାଯିବ । ତେବେ ବିଜେପି ପ୍ରାର୍ଥୀ ଆଜି ପର୍ଯ୍ୟନ୍ତ ଜିତି ପାରିନଥିବା ଏପରି ୧୦୦ଟି ଲୋକସଭା କ୍ଷେତ୍ରକୁ ମଧ୍ୟ ଚିହ୍ନଟ କରିଛି ଦଳ । ସମସ୍ତ ରଣନୀତି ପ୍ରସ୍ତୁତ ହେବା ପରେ ଆସନ୍ତା ସପ୍ତାହରୁ ମିଶନ ଆରମ୍ଭ ହୋଇଯିବ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.