fbpx
BSKY SKY
BSKY SKY

୪୪ ବିଲିୟନ୍ ଡଲାରରେ ଟ୍ୱିଟ୍ଟରକୁ କିଣିଲେ ଏଲନ୍ ମସ୍କ: ଭାଇରାଲ ହେଉଛି ୫ ବର୍ଷ ତଳର ଟ୍ୱିଟ୍

BSKY

ନୂଆଦିଲ୍ଲୀ: ୪୪ ମିଲିୟନ୍ ଡଲାର ବା ଭାରତୀୟ ମୁଦ୍ରାରେ ୩ ଲକ୍ଷ ୩୦ ହଜାର କୋଟି ବ୍ୟୟରେ ଟ୍ୱିଟ୍ଟରକୁ କିଣିଛନ୍ତି ଏଲନ୍ ମସ୍କ । ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ତଥା ଟେସଲାର ମାଲିକ ଏଲନ୍ ମସ୍କଙ୍କ ଏକ ଟ୍ୱିଟ୍ ବର୍ତ୍ତମାନ ବେଶ ଭାଇରାଲ ହେଉଛି । ଏକ ଟ୍ୱିଟରେ ମସ୍କ ପଚାରିଥିଲେ କି କେତେ ଟଙ୍କା ବ୍ୟୟରେ ଟ୍ୱିଟ୍ଟରକୁ କିଣି ହେବ ।

୨୧ ଡିସେମ୍ବର ୨୦୧୭ରେ ମସ୍କ ଟ୍ୱିଟ୍ କରିଥିଲେ ଆଇ ଲଭ୍ ଟ୍ୱିଟ୍ଟର । ଏହାର ଉତ୍ତର ରଖିବାକୁ ଯାଇ ଡେଭ୍ ସ୍ମିଥ ତୁମେ ଏହାକୁ କିଣିବା ଉଚିତ୍ । ଡେଭ୍ ସ୍ମିଥଙ୍କୁ ଜବାବ ଦେବାକୁ ଯାଇ ମସ୍କ ଲେଖିଥିଲେ କିଣିବି ମାତ୍ର କେତେ ଟଙ୍କା ପଡିବ । ମସ୍କଙ୍କ ଏହି ଟ୍ୱିଟଟିକୁ ୧.୭୪ ଲକ୍ଷ ଲୋକ ଲାଇକ୍ କରିଥିବା ବେଳେ ୩୫ ହଜାର ଜଣ ରିଟ୍ୱିଟ୍ କରିଛନ୍ତି ।

୫ ବର୍ଷ ପରେ ବର୍ତ୍ତମାନ ପ୍ରାୟ ୪୪ ବିଲିୟନ୍ ଡଲାର ବ୍ୟୟ କରି ମସ୍କ ଟ୍ୱିଟ୍ଟରକୁ କିଣିଛନ୍ତି । ପ୍ରଥମେ ମସ୍କ ଟ୍ୱିଟ୍ଟରର ୯.୨ ପ୍ରତିଶତ ଅଂଶଧନ ନିଜ ପାଖରେ ରଖିଥିଲେ । ଏହି ସୋସିଆଲ ପ୍ଲାଟଫର୍ମର ସବୁଠାରୁ ବଡ ଅଂଶଧନ ହାସଲକାରୀ ଭାବରେ ଏହାର ବୋର୍ଡ ମେମ୍ବର ହେବାର ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଥିଲେ । ଏପରିକି ପ୍ରତି ଶେୟାରକୁ ୫୪.୨୦ ଡଲାର ହିସାବରେ ୪୩ ବିଲିୟନ୍ ଡଲାରର ଅଫର ପ୍ରଦାନ କରିଥିଲେ ମସ୍କ । କିଛି ଦିନର ବିଚାର ପରେ ମସ୍କଙ୍କ ସର୍ତ୍ତରେ ରାଜି ହୋଇଥିଲା ଟ୍ୱିଟ୍ଟର ବୋର୍ଡ ।

Get real time updates directly on you device, subscribe now.