fbpx
BJD
BJD SKY
BJD SKY

NEET BDS ଆଡମିଟ୍ କାର୍ଡ ଜାରି ହେଲା, ଏହି ଲିଙ୍କକୁ ଯାଇ କରନ୍ତୁ ଡାଉନଲୋଡ୍

ନୂଆଦିଲ୍ଲୀ: ନ୍ୟାସନାଲ ଏଲିଜିବିଲିଟି କମ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ) ମାଷ୍ଟର୍ସ ଅଫ୍ ଡେଣ୍ଟାଲ ସର୍ଜରୀ (ଏମଡିଏସ) ୨୦୨୨ ପରୀକ୍ଷା ପାଇଁ ଆଡମିଡ୍ କାର୍ଡ ଆସି ଯାଇଛି । ନ୍ୟାସନାଲ ବୋର୍ଡ ଅଫ୍ ଏକଗାମିନେସନ୍ସ ଇନ୍ ମେଡିକାଲ ସାଇନ୍ସେସ ପକ୍ଷରୁ ଅଫିସିଆଲ ୱେବସାଇଟରେ ଆଡମିଟ୍ କାର୍ଡ ଜାରି କରାଯାଇଛି । ଯେଉଁ ପ୍ରାର୍ଥୀମାନେ ଏନବିଇ ନିଟ ବିଡିଏସ୍ ପରୀକ୍ଷା ୨୦୨୨ ପାଇଁ ପୂର୍ବରୁ ଆବେଦନ କରିଥିବେ ସେମାନେ ଅଫିସିଆଲ ୱେବସାଇଟ https://natboard.edu.in/କୁ ଯାଇ ଅନଲାଇନରେ ଏହାକୁ ଡାଉନଲୋଡ୍ କରିପାରିବେ ।

ନିଟ୍ ବିଡିଏସ୍ ଆଡମିଟ୍ କାର୍ଡ ଡାଉନଲୋଡ୍ କରିବା ପାଇଁ ପ୍ରାର୍ଥୀମାନଙ୍କୁ ୱେବସାଇଟକୁ ଯାଇ ୟୁଜର ଆଇଡି ଓ ପାସୱାର୍ଡ ଦେବାକୁ ପଡ଼ିବ । ନିଟ୍ ବିଡିଏସ୍ ପରୀକ୍ଷା ଆସନ୍ତା ମାସ ୨ ତାରିଖରେ ଅନୁଷ୍ଠିତ ହେବ । ପରୀକ୍ଷା ସିଙ୍ଗଲ ସିଫ୍ଟରେ ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ କରାଯିବ ।

୧- ପ୍ରଥମେ ଆପଣଙ୍କୁ ୱେବସାଇଟକୁ ଯାଇ ‘NEET BDS 2022’ ବକ୍ସରେ କ୍ଲିକ କରନ୍ତୁ ।

୨- ଏହାପରେ ‘Application Link’କୁ ଯାଇ ‘Applicant Login’ ଉପରେ କ୍ଲିକ୍ କରନ୍ତୁ ।

୩- ଏହାପରେ ୟୁଜର ଆଇଡି, ପାସୱାର୍ଡ, କାପଚା କୋଡ ଦେଇ ଲଗିନ୍ ବଟନ ଦବାନ୍ତୁ ।

୪- ଏହାପରେ ଆପଣଙ୍କର ସ୍କ୍ରିନ ଉପରେ ଆଡମିଡ୍ କାର୍ଡ ଡିସପ୍ଲେ ହେବ । ଆପଣ ଆଡମିଟ୍ କାର୍ଡର ଏକ ପ୍ରିଣ୍ଟ ଆଉଟ୍ କାଢ଼ି ଭବିଷ୍ୟତ ପାଇଁ ରଖନ୍ତୁ ।

https://cdn3.digialm.com/EForms/configuredHtml/1815/74367/login.html

Get real time updates directly on you device, subscribe now.