fbpx

ରାଜଧାନୀରେ ୨ଜଣ ଧଳାଜହର ବେପାରିଙ୍କୁ କାବୁ କରିବାରେ କମିଶନରେଟ୍‌ ପୋଲିସ ୬ ଲକ୍ଷ ଟଙ୍କ ବ୍ରାଉନସୁଗର ଓ ଦୁଇଟି ମୋବାଇଲ ସହ ବାଇକ୍‌ ଜବତ

ଭୁବନେଶ୍ବର (ଓଡ଼ିଶା ଭାସ୍କର) : ଦୁଇ ଜଣ ବ୍ରାଉନସୁଗର ବେପାରିଙ୍କୁ କାବୁ କରିବାରେ କମିଶନରେଟ୍‌ ପୋଲିସ ସଫଳ ହେଇଛି । ଲକ୍ଷ୍ମୀସାଗର ଥାନା ପୋଲିସ ବିଶେଷ ସୂତ୍ରରୁ ଖବର ପାଇ କଟକ ରୋଡରେ ଏମାନଙ୍କୁ ମାଡି ବସିଥିଲା। ଥାନା ଅଧିକାରୀ ଓମ୍‌ ପ୍ରକାଶ ମହାନ୍ତି ଦୁଇ ବ୍ରାଉନସୁଗର ବେପାରୀଙ୍କୁ ଗିରଫ ହୋଇଛନ୍ତି।
ସେମାନଙ୍କଠାରୁ ୫୧ ଗ୍ରାମ୍‌ ବ୍ରାଉନସୁଗର ଜବତ କରିବା ସହ ଦୁଇଟି ମୋବାଇଲ ଓ ଗୋଟିଏ ବାଇକ୍‌ ଜବତ କରାଯାଇଛି । ଜବତ ବ୍ରାଉନ ସୁଗରର ମୂଲ୍ୟ ପ୍ରାୟ ୬ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।

ଗିରଫ ୨ ବ୍ରାଉନସୁଗର ବେପାରି ହେଲେ ସହିଦନଗର ଥାନା ଶାନ୍ତି ଲ୍ଲୀ ବସ୍ତିର ଏସ୍‌କେ ୱାସିନ୍‌ ଓ ଲକ୍ଷ୍ମୀସାଗର ଥାନା ବୁଧେଶ୍ୱରୀ ଅଞ୍ଚଳର ଡମ୍ବୁରଧର ବିଶ୍ୱାଳ।ଏମାନେ ରାଜଧାନୀର ବିଭିନ୍ନ ସ୍ଥାନରେ ଏପରି ନିଶା କାରବାରରେ ଜଡିତ ରହିଛନ୍ତି। ଏମାନଙ୍କର ଏକ ସ୍ୱତନ୍ତ୍ର ରାକେର୍ଟ ଏଭଳି କାରବାର କରୁଛନ୍ତି । ଯାହା ଫଳରେ ରାଜଧାନୀରେ ଦିନକୁ ଦିନ ନିଶା କାରବାରବଢିବା ସହ ଯୁବବର୍ଗଙ୍କୁ ନିଶା କବଳରେ କବଳିତ କରୁଛନ୍ତି।

Get real time updates directly on you device, subscribe now.