fbpx

ବିଜେପି ନେତାଙ୍କୁ ଗୁଳି କରି ହତ୍ୟା କଲେ ଆତଙ୍କବାଦୀ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ତ୍ରାଲ ଅଞ୍ଚଳରେ ଆତଙ୍କବାଦୀଙ୍କ ଉନ୍ମତ୍ତ କାଣ୍ଡ ଦେଖିବାକୁ ମିଳିଛି । ଆତଙ୍କବାଦୀମାନେ ରାକେଶ ପଣ୍ଡିତ ନାମକ କାଉନସଲରଙ୍କୁ ଗୁଳି କରି ହତ୍ୟା କରିଥିବା ଜଣାପଡିଛି । କୁହାଯାଉଛି ଯେ, କାଉନସଲରଙ୍କୁ ୨ ପିଏସଓର ସୁରକ୍ଷା ଦ୍ୱାୟିତ୍ୱ ଦିଆଯାଇଥିଲା । କିନ୍ତୁ ସେ ବିନା ସୁରକ୍ଷାକର୍ମୀଙ୍କୁ ନେଇ ତ୍ରାଲ ଯିବାରୁ ଏପରି ଘଟଣା ଘଟିଗଲା ।

ତେବେ ଏହି ଘଟଣା ଗତ ବୁଧବାର ରାତିରେ ହୋଇଥିବା କୁହାଯାଉଛି, ଯେବେ ଦକ୍ଷିଣ କାଶ୍ମୀର ପୁଲୱାମା ଜିଲ୍ଲାର ତ୍ରାଲରେ ବିଜେପି ନେତାଙ୍କୁ ଆତଙ୍କୀମାନେ ଗୁଳି କରି ହତ୍ୟା କରିଥିଲେ । ଘଟଣା ପରେ ଗୁରୁତର ରାକେଶଙ୍କୁ ତୁରନ୍ତ ସ୍ଥାନୀୟ ମେଡିକାଲକୁ ନିଆଯାଇଥିଲା । କିନ୍ତୁ ଚିକିତ୍ସା ଚାଲିଥିବା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା । ଘଟଣାକୁ ନେଇ ପୋଲିସ ଛାନଭିନ ଜାରି ରଖିଛି ।

Get real time updates directly on you device, subscribe now.