fbpx
BJD SKY
BJD SKY

ୟୁଏଇରେ ଟି-୨୦ ବିଶ୍ୱକପ୍‌ କରିବାକୁ ଆଇସିସିର ଇଛା, ସବୁ ଦିଗ ଉପରେ ଚାଲିଛି ବିଚାର ବିମର୍ଷ

BJD

ଲଣ୍ଡନ (ଓଡ଼ିଶା ଭାସ୍କର) : ଭାରତରେ କରୋନା ପରିସ୍ଥିତି ଭୟଙ୍କର ରୂପ ଧାରଣ କରି ଥିବାରୁ ଶୀଘ୍ର ଏହା ସମ୍ପୂର୍ଣ୍ଣ ହଟିବା ସମ୍ଭବ ନୁହେଁ ବୋଲି ସମସ୍ତଙ୍କର ଅନୁମାନ ।
ତେଣୁ ଗତ ମଙ୍ଗଳବାର ଦିନ ଦୁବାଇରେ ଅନୁଷ୍ଠିତ ଆଓସି ବୋର୍ଡ ବୈଠକରେ ଉପସ୍ଥିତ୍‌ ସଦସ୍ୟ ମାନେ ଚଳିତ ବର୍ଷର ଟି-୨୦ ବିଶ୍ୱକପକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଚାହୁଁଛନ୍ତି। କାରଣ ଆଗାମୀ ସମୟରେ ଭାରତରେ ଟି-୨୦ ବିଶ୍ୱକପ୍‌ ଖେଳିବା ବଡ ବିପଦ ବୋଲି ପ୍ରାୟତଃ ସମସ୍ତ ଦେଶ ବୋର୍ଡ କର୍ମକର୍ତ୍ତା ଓ ଖେଳାଳି ଅନୁଭବ କରୁଛନ୍ତି ।

କାରଣ ଭାରତରେ ବର୍ତ୍ତମାନ ଲକ୍ଷାଧିକ ଲୋକ କରୋନାରେ ସଂକ୍ରମିତ ହେଉଥିବା ବେଳେ ଦୈନିକ ୩ ହଜାରରୁ ଉଦ୍ଧ୍ୱର୍ ଲୋକ ମୃତ୍ୟୁ ମୁଖରେ ପଡୁଛନ୍ତି। ତେଣୁ ଆହୁରି ଅନେକ ଦିନ ଭାରତରେ ଏହି ପରିସ୍ଥିତି ଲାଗି ରହିବ ବୋଲି ସମସ୍ତେ ଅନୁଭବ କରୁଛନ୍ତି । ତେଣୁ ଭାରତରୁ ଏହି ବିଶ୍ୱକପ ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)କୁ ସ୍ଥାନାନ୍ତର କରିବା ପାଇଁ ଆଇସିସି ବିଚାର ବିମର୍ଷକରୁଛି ।

ମିଳିଥିବା ସୂଚନା ମୁତାବକ ୟୁନାଇଟେଡ ଆରବ ଏମିରେଟ୍ସ ସହିତ ମଧ୍ୟ ପ୍ରାଚ୍ୟର କୌଣସି ଏକ ସ୍ଥାନରେ ଟି-୨୦ ବିଶ୍ୱକପ୍‌ ଆୟୋଜନ କରିବାକୁ ଆଇସିସି ଚିନ୍ତା କରୁଛି ।ଅନ୍ୟ ପକ୍ଷରେ ଆଇପିଏଲ ଖେଳି ସ୍ୱଦେଶ ଫେରିଥିବା ଅଷ୍ଟ୍ରେଲିଆ ଖେଳାଳିଙ୍କ ମଧ୍ୟରୁ କେତେକ କହିଛନ୍ତି ଯେ ଚଳିତ ବର୍ଷ ଭାରତରେ ଟି-୨୦ ବିଶ୍ୱକପ୍‌ ଖେଳିବା ସମ୍ଭବ ନୁହେଁ । କାରଣ କରୋନା ପରିସ୍ଥିତି ମଧ୍ୟରେ ବିସିସିଆଇ ଆଇପିଏଲ ଆୟୋଜନ କରିଥିବା ବେଳେ ଅଧା ସମୟରେ ଏକାଧିକ ଫ୍ରାଞ୍ଚାଇଜର ସଂଖ୍ୟା ଧିକ ଖେଳାଳି କରୋନାରେ ଆକ୍ରାନ୍ତ ହୋଇଥିଲେ । ଯାହା ଫଳରେ ଆଇପିଏଲର୍‌ ୨୯ ମ୍ୟାଚ ଶେଷ ହେବା ପରେ ବନ୍ଦ ହୋଇଗଲା । ତେଣୁ ଟି-୨୦ ବିଶ୍ୱକପ୍‌ ଭାରତରେ ଅନୁଷ୍ଠିତ ହେଲେ ଅନୁରୂ ପରିସ୍ଥିତି ଉପୁଜିବା ଆଶଙ୍କା ରହିଛି ବୋଲି ବିଦେଶୀ ଖେଳାଳି ମାନେ ଭୟ କରୁଛନ୍ତି । ତେଣୁ ଆଇସିସି ସବୁ ଦିଗ ଉପରେ ବିଚାର କରି ବିଶ୍ୱକପ୍‌ ଆୟୋଜନ ନେଇ ନିଷ୍ପତ୍ତି ନେବ ।

ତେବେ ୟୁଏଇରେ ଅନୁଷ୍ଠିତ ହେବାକୁ ଥିବା ଆଇପିଏଲର ଦ୍ୱିତୀୟ ଭାଗ ସଫଳତାକୁ ଦେଖି ଟି-୨୦ ବିଶ୍ୱକପ୍‌ ଆୟୋଜନ ସମ୍ପର୍କରେ ଆଇସିସି ପରବର୍ତ୍ତୀ ପଦକ୍ଷେପ ନେବ। କାରଣ ବିଶ୍ୱକପ୍‌ରେ ସଂଖ୍ୟାଧିକ ଦେଶ ଭାଗ ନେବାକୁ ଥିବା ବେଳେ ସମସ୍ତ ଖେଳାଳିଙ୍କର ସୁରକ୍ଷା ପ୍ରତି ଅଧିକ ଗୁରୁତ୍ୱ ଦେବା ଉପରେ ଆଇସିସି ବିଚାର କରୁଛି ।

Get real time updates directly on you device, subscribe now.