fbpx

ବରମୁଣ୍ଡା ବସଷ୍ଟାଣ୍ଡରୁ ୧ କୋଟି ଟଙ୍କାର ଧଳା ଜହର ଜବତ

ଭୁବନେଶ୍ୱର, ୩୧ ।୧୦(ଓଡିଶା ଭାସ୍କର): ଅନେକ କଟକଣା ପରେ ଆଜି ରାଜଧାନୀ ଭୁବନେଶ୍ୱରରୁ ପୁଣି ଧଳା ଜହର ଜବତ ହୋଇଛି । ବରମୁଣ୍ଡା ବସଷ୍ଟାଣ୍ଡରୁ ୧ କୋଟି ୧୭ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ ହୋଇଛି । ଏସଟିଏଫ ଟିମ୍ ଦ୍ୱାରା ବସଷ୍ଟାଣ୍ଡରୁ ପ୍ରାୟ ୧ କେଜି ୧୭୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଏଥିରେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ସେକ ହସିମ ବକ୍ସ ଗିରଫ ହୋଇଛି । ଅଭିଯୁକ୍ତି ହସିମକୁ ଆଜି କୋର୍ଟ ଚାଲାଣ କରାଯିବ । ଏନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶନୀ ସୂଚନା ଦେଇଛନ୍ତି ।

ଏହା ସହ ସେ କହିଛନ୍ତି ଯେ, ‘ ଚଳିତବର୍ଷ ଏଯାଏଁ ୨୨ କେଜି ୧୬୮ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ବର୍ତ୍ତମାନ ସୁଦ୍ଧା ୪୪ ଡ୍ରଗ୍ସ ମାଫିଆ ଗିରଫ ହୋଇଛନ୍ତି ଓ ୨୪ ଟି ମାମଲା ରୁଜୁ ହୋଇଛି ।

Get real time updates directly on you device, subscribe now.