fbpx

ବାଂଲାଦେଶ ସଙ୍କଟ: ବର୍ଡରରେ BSF ଜାରି କଲା ହାଇ ଆଲର୍ଟ, ଏସ.ଜୟଶଙ୍କର ହେଲେ ଆକ୍ଟିଭ

ନୂଆଦିଲ୍ଲୀ: ବାଂଲାଦେଶରେ ଅନ୍ଦୋଳନ ଏବଂ ହିଂସା ପରେ ପ୍ରଧାନମନ୍ତ୍ରୀ ଶେଖ ହସିନା ଇସ୍ତଫା ଦେଇଚନ୍ତି । ସୁଚନା ମୁତାବକ ସେ ବାଂଲାଦେଶ ଛାଡିଦେଇଛନ୍ତି । ଏହି ସଙ୍କଟ ମଧ୍ୟରେ ସୀମା ଉପରେ କୌଣସି ଅଘଟଣ ଗଟଣାର ମୁକାବିଲା ପାଇଁ ଭାରତ ସରକାର ମଧ୍ୟ ସକ୍ରିୟ ହୋଇଛନ୍ତି । ସୀମା ସୁରକ୍ଷା ବଳ ଯଥା BSFକୁ ମଧ୍ୟ ହାଇ ଆଲର୍ଟରେ ରଖାଯାଇଛି ।

ବାଂଲାଦେଶରେ ଜାରି ରାଜନୈତିକ ସଙ୍କଟ, ପ୍ରଦର୍ଶନ ଏବଂ ହିଂସା ଉପରେ ଭାରତ ସରକାର ଲଗାତାର ନଜର ରଖିଛନ୍ତି । ସୂଚନା ମୁତାବକ, ଭାରତ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏହି ପରିସ୍ଥିତି ଉପରେ ନଜର ରଖିବା ସହ ସମସ୍ତ ଅପଡେଟ ନେଉଛନ୍ତି । ଜଣେ ବିଏସଏଫର ବରିଷ୍ଠ ଅଧିକାରୀ ସୂଚମା ଦେଇଛନ୍ତି ଯେ, ବିଏସଏଫର ଡିଜି ଅର୍ଥାତ ମହାନିର୍ଦ୍ଦେଶକ ମଧ୍ୟ କୋଲକାତା ପହଞ୍ଚିସାରିଛନ୍ତି ।

Get real time updates directly on you device, subscribe now.