ଡ୍ୟୁଟିରେ ଥିବାବେଳେ ନିଜ ସହକର୍ମୀଙ୍କୁ ହତ୍ୟା କଲେ ଯବାନ, ରାଇଫଲରୁ କଲେ ୧୩ ରାଉଣ୍ଡ ଫାୟରିଙ୍ଗ

ନିଜ ସହକର୍ମୀଙ୍କୁ ଗୁଳି କରି ହତ୍ୟା କଲେ ବିଏସଏଫ ଯବାନ

ନୂଆଦିଲ୍ଲୀ: ପଶ୍ଚିମ ବଙ୍ଗର ମୁର୍ଶୀଦାବାଦ ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ବିଏସଏଫର ଯବାନ ନିଜ ସହକର୍ମୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି।

ବିଏସଏଫ ଯବାନ ନିଜ ସହକର୍ମୀ ରତନ ଲାଲ ସିଂହଙ୍କ ଉପରେ ୧୩ ରାଉଣ୍ଡ ଫାୟରିଂଗ କରିଛନ୍ତି। ଅଭିଯୁକ୍ତଙ୍କ ପରିଚୟ ଏସକେ ମିଶ୍ରଙ୍କ ଭାବେ ହୋଇଛି।

ପୋଲିସ ମୁତାବକ, ଅଭିଯୁକ୍ତ ବିଏସଏଫର ଯବାନ ଏସକେ ମିଶ୍ର ରାଜସ୍ଥାନରେ ରହୁଥିଲା। ସେ ୧୧୯ ବିଏନ ବିଏସଏଫର ଯବାନ ଥିଲେ। ସଏ ନିଜ ରାଇଫଲରୁ ୧୩ ରାଉଣ୍ଡ ଫାୟରିଂ କରିଛନ୍ତି।

ଏଥିରେ ୫ଟୁ ଗୁଳି ରତନ ଲାଲ ସିଂହଙ୍କ ଛାତିରେ ବାଜିଛି। ଏହି ଆହତ ଯବାନଙ୍କୁ ପାଖରେ ଥିବା ଅନୁପନଗର ହସ୍ପିଟାଲକୁ ନିଆଯାଇଥିଲା। ଏଠାରେ ଡାକ୍ତରମାନଙ୍କ ଟିମ୍ ଜଙ୍ଗିପୁରର ଏକ ମେଡିକାଲକୁ ପଠାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ପୋଲିସ ଅଭିଯୁକ୍ତ ଯବାନଙ୍କୁ ବର୍ତ୍ତମାନ ପଚରାଉଚରା କରୁଛି।