fbpx

ବିଏସଏଫ ଗ୍ରୁପ ସି ପଦପାଇଁ ନିଯୁକ୍ତି ସୁଯୋଗ, ଜାଣନ୍ତୁ କେମିତି କରିବେ ଆବେଦନ

ବର୍ଡର ସିକ୍ୟୁରିଟି ଫୋର୍ସ(ବିଏଏଫ)ର ଗ୍ରୁପ ସି ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଆବେଦନ ଗ୍ରହଣ କରିବାକୁ ଯାଉଛି । ବିଏସଏଫର ଏହି ଭର୍ତ୍ତିରେ କନଷ୍ଟେବଳ, ହେଡ କନଷ୍ଟେବଳ ଏବଂ ଏଏସଆଇ ପଦରେ ମୋଟ ୭୨ ପଦବୀ ପାଇଁ ଯୋଗ୍ୟ ଆଶାୟୀଙ୍କ ଚୟନ କରାଯିବ । ଆଶାୟୀ ପ୍ରାର୍ଥୀ rectt.bsf.gov.in ୱେବସାଇଟକୁ ଯାଇ ଆବେଦନ କରିପାରିବେ । ବିଜ୍ଞପ୍ତି ପ୍ରକାଶ ପାଇବାର ୪୫ ଦିନ ମଧ୍ୟରେ ଆବେଦନ କରିପାରିବେ । ବିଏସଏଫ ଗ୍ରୁପ ସି ପୋଷ୍ଟ ପାଇଁ ଆବେଦନ ଅନଲାଇନ ହିଁ ଗ୍ରହଣ କରାଯିବ । ବିଏସଏଫ ଗ୍ରୁପ ସି ଭର୍ତ୍ତି ଅନୁଯାୟୀ ବିଏସଏଫର ଇଞ୍ଜିନିୟରିଂ ୱିଙ୍ଗରେ ନିଯୁକ୍ତି ମିଳିବ ।

ଏଏସଆଇ ପୋଷ୍ଟ ପାଇଁ ୧, ହେଡ କନଷ୍ଟେବଳ ପୋଷ୍ଟ ପାଇଁ ୬ ପଦବୀ ଏବଂ କନେଷ୍ଟବଳ ପୋଷ୍ଟ ପାଇଁ ୬୫ ପଦବୀ ଖାଲି ରହିଛି ।

ଆବେଦନ ଯୋଗ୍ୟତା: ଏହି ଭର୍ତ୍ତିରେ ସର୍ବନିମ୍ନ ୧୦ମ ପାସ କିମ୍ବା ଏହାର ସମକକ୍ଷ ପରୀକ୍ଷା ପାସ ଏବଂ ଆଇଟିଆଇ ସାର୍ଟିଫିକେଟ ଆଶାୟୀ ଆବେଦନ କରିରପାରିବେ । ଏଥିପାଇଁ ୧୮ରୁ ୨୫ ବର୍ଷ ଆୟୁସୀମା ରହିଛି ।

ତେବେ ଆବେଦନ ପୂର୍ବରୁ ଆଶାୟୀ ଆବେଦନର ସଂପୂର୍ଣ୍ଣ ବିବରଣୀ ପ୍ରକାଶିତ ବିଜ୍ଞାପନରୁ ଦେଖିନିଅନ୍ତୁ ।

Get real time updates directly on you device, subscribe now.