ଏହି ପ୍ରକାର ଉପଭୋକ୍ତାଙ୍କ ପାଇଁ BSNL ଆଣିଲା ଦମଦାର ପ୍ଲାନ, ଲମ୍ବା ଭ୍ୟାଲିଡିଟି ମଧ୍ୟ ମିଳିବ
ସରକାରୀ ଟେଲିକମ କମ୍ପାନୀ ବିଏସଏନଏଲ ନିଜ ଗ୍ରାହକଙ୍କ ପାଇଁ ଏକ ସାନଦାର ଭଏସ କଲିଂ ପ୍ଲାନ ଅଫର କରୁଛି। ଏହି ପ୍ଲାନରେ ୟୁଜର୍ସଙ୍କୁ ଲମ୍ବା ଭ୍ୟାଲିଡିଟିର ଫାଇଦା ମିଳୁଛି।
ନୂଆଦିଲ୍ଲୀ: ଦେଶରେ କୋଟି କୋଟି ଏଭଳି ମୋବାଇଲ ୟୁଜର୍ସ ଅଛନ୍ତି, ଯେଉଁମାନେ କେବଳ କଲିଂ ପାଇଁ ନିଜ ଫୋନ ବ୍ୟବହାର କରିଥାଆନ୍ତି। ଏଥିରେ ଫିଚର ଫୋନ ୟୁଜର ବି ସାମିଲ। ସରକାରୀ କମ୍ପାନୀ ବିଏସଏନଏଲ ଏପରି ଗ୍ରାହକଙ୍କ ପାଇଁ ଏକ ଦମଦାର ପ୍ଲାନ ଜାରି କରିଛି।
ଏହି ପ୍ଲାନରେ ୟୁଜର ଅନଲିମିଟେଡ କଲିଂ ସହ ଲମ୍ବା ଭ୍ୟାଲିଡିଟିର ଫାଇଦା ଉଠାଇପାରିବେ। ଏଥିରେ କୌଣସ ମୋବାଇଲ ଡାଟା ମିଳିନଥାଏ। ଆସନ୍ତୁ ଏହି ପ୍ଲାନ ବିଷୟରେ ଜାଣିବା।
BSNL ର ୪୩୯ ଟଙ୍କାର ପ୍ଲାନ: ବିଏସଏନଏଲ ନିଜର ୪୩୯ ଟଙ୍କିଆ ପ୍ଲାନରେ ଅନଲିମିଟେଡ କଲିଂର ସୁବିଧା ଦେଇଥାଏ। ଏଥିସହ ୟୁଜର୍ସଙ୍କୁ ତିନି ମାସ ଅର୍ଥାତ ୯୦ ଦିନର ଭ୍ୟାଲିଡିଟି ମିଳିଥାଏ। ଏଥିସହ କମ୍ପାନୀ ୩୦୦ ଏସଏମଏସ ମଧ୍ୟ ଦେଇଥାଏ। ଏହି ପ୍ଲାନ ସେହିମାନଙ୍କ ପାଇଁ ଉତ୍ତମ ରହିବ ଯେଉଁମାନେ କେବଳ କଲିଂ ପାଇଁ ଫୋନ ବ୍ୟବହାର କରୁଛନ୍ତି। ଏହି ଗ୍ରାହକମାନେ ନିଜ ଫୋନରେ ଡାଟା ପାଇଁ ବ୍ୟବହାର କରିପାରିବେ ନାହିଁ।
ଲମ୍ବା ଭ୍ୟାଲିଡିଟି: ମହଙ୍ଗା ରିଚାର୍ଜ ଲୋକଙ୍କ ପକେଟ ଉପରେ ପ୍ରଭାବ ପକାଇଛି। ଯେଉଁମାନେ ନିଜ ନମ୍ବରକୁ ଆକ୍ଟିବେଟ ରଖିବାକୁ ଚାହୁଁଛନ୍ତି, ସେମାନେ ଏହି ୯୦ ଦିନିଆ ଭ୍ୟାଲିଡିଟିର ପ୍ଲାନକୁ ରିଚାର୍ଜ କରିପାରିବେ।