ଆସୁଛି BSNLର ଅଛେ ଦିନ… ଫାଇଦା ଉଠେଇବେ ସବୁ ୟୁଜର୍ସ, ସରକାର କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ: ଯଦି ଆପଣ BSNLସିମ୍ ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କ ପାଇଁ ଭଲ ଖବର । BSNL ୟୁଜର୍ସଙ୍କୁ ସରକାର ଖୁବ୍ ଶୀଘ୍ର ବଡ଼ ସୁବିଧା ଦେବାକୁ ଯାଉଛନ୍ତି । BSNLଏବେ ରିକୋଭରି ପାଇଁ ପ୍ରସ୍ତୁତ, ଯାହା ଦ୍ୱାରା ୟୁଜର୍ସଙ୍କୁ ବିଶେଷ ପ୍ରକାର ସୁବିଧା ମିଳିବ । କେନ୍ଦ୍ରମନ୍ତ୍ରୀ ଜ୍ୟୋର୍ତିରାଦିତ୍ୟ ସିନ୍ଧ୍ୟା କହିଛନ୍ତି, BSNLର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ହେବାରେ ଲାଗିଛି । ଆସନ୍ତା ବର୍ଷ କମ୍ପାନୀ ପକ୍ଷରୁ ୫ଜି ସର୍ଭିସ୍ ଲଞ୍ଚ କରାଯିବ । ଭାରତ ଭଳି ଦେଶରେ ୩ରୁ ୪ଟି ମୋବାଇଲ ଅପରେଟର ରହିବା ବଡ଼ ଗୁରୁତ୍ୱପୂର୍ଣ୍ଣ କଥା ବୋଲି ସିନ୍ଧ୍ୟା କହିଛନ୍ତି ।

BSNL ନିଜ ଗୋଡ଼ରେ ଛିଡ଼ା ହେବାକୁ ଯାଉଛି । ୩ରୁ ୪ ବର୍ଷ ଭିତରେ କମ୍ପାନୀ ନିଜ ରେଭେନ୍ୟୁରେ ୧୨% ବୃଦ୍ଧି କରିଛି । ଯାହା ବର୍ତ୍ତମାନ ସମୟରେ ୧୨ ହଜାର କୋଟି ଟଙ୍କାରେ ପହଞ୍ଚିଛି । ଏଥିସହ କମ୍ପାନୀର ଖର୍ଚ୍ଚ ୨% ହ୍ରାସ ଘଟିଛି । ୨୦୨୧ ରୁ ଇବିଆଇଟିଡିଏ ମଧ୍ୟ ସକରାତ୍ମକ ଭାବେ ବଢ଼ିବାରେ ଲାଗିଛି BSNL କନେକ୍ଟିଭିଟି କାମ ବି ଜୋରରେ ଆରମ୍ଭ କରିଦେଇଛି । ଆସନ୍ତା ବର୍ଷ ଜୁନ୍ ସୁଦ୍ଧା କମ୍ପାନୀ ପକ୍ଷରୁ ଏକ ଲକ୍ଷ ନୂଆ ଟାୱାର ନିର୍ମାଣ କରାଯିବ ।

BSNLରୁ ପ୍ରାଇଭେଟ କମ୍ପାନୀ ଜିଓ, ଏୟାରଟେଲ ଏଲବଂ ଭୋଡା-ଆଇଡିଆକୁ ଚାଲିଯାଇଥିବା ଉପଭୋକ୍ତା ସବୁ ପୁଣିଥରେ BSNLନିକଟକୁ ଫେରିବେ । କାରଣ ଦୁର୍ଗମ ଇଲାକାରେ ପ୍ରାଇଭେଟ କମ୍ପାନୀର ଟାୱାର ନ ଥିବା କାରଣରୁ ସେଠାରେ ରହୁଥିବା ଲୋକ ଏବେବି BSNLଉପରେ ଭରସା କରିଛନ୍ତି । ଦିନକୁ ଦିନ ରିଚାର୍ଜ ପ୍ଲାନରେ ବୃଦ୍ଧି ଗ୍ରାହକଙ୍କୁ ଚିନ୍ତାରେ ପକାଇ ଦେଇଛି ଯାହାପାଇଁ ଅନେକ ନିଜ ସିମକୁ ପୋର୍ଟେବୁଲ କରିବା ସହ BSNL କେବେ ୫ଜି ଲଞ୍ଚ କରିବ ତାକୁ ଅନେକ ବସିଛନ୍ତି ।