fbpx

ଏତେ ଶସ୍ତା ପ୍ଲାନ! ମାତ୍ର ୪୯୯ ଟଙ୍କାରେ ମିଳୁଛି ୩୩୦୦ ଜିବି ଡାଟା ଓ ଅନଲିମିଟେଡ୍ କଲିଂ

Advertisement

ନୂଆଦିଲ୍ଲୀ: ଆଜିର ଡିଜିଟାଲ ଯୁଗରେ ଲୋକମାନେ ସର୍ବଦା ଶସ୍ତା ପ୍ଲାନକୁ ଚାହିଁ ରହିଥାନ୍ତି । ତେବେ ଗ୍ରାହକଙ୍କୁ ଦୃଷ୍ଟିରେ ରଖି ଟେଲିକମ କମ୍ପାନୀମାନେ ମଧ୍ୟ ନିୟମିତ ବ୍ୟବଧାନରେ ନୂଆ ନୂଆ ପ୍ଲାନ ଲଞ୍ଚ କରିଥାନ୍ତି । ତେବେ ଏନେଇ ଏକ ଶସ୍ତା ପ୍ଲାନ୍ ଲଞ୍ଚ କରାଯାଇଛି । ଏହି ପ୍ଲାନ ବିଷୟରେ ଜାଣିବା ପରେ ଗ୍ରାହକମାନେ ଖୁସିରେ ନାଚି ଉଠିବେ ।

ନୂଆ ପ୍ଲାନ ମୁତାବକ, ଗ୍ରାହକମାନେ ମାତ୍ର ୪୯୯ ଟଙ୍କାରେ ୩୩୦୦ ଜିବିର ହାଇସ୍ପିଡ୍ ଡାଟା ପାଇ ପାରିବେ । ଏହି ହାଇସ୍ପିଡ ଡାଟା ସମାପ୍ତ ହେବା ପରେ ସ୍ପିଡ୍ କମ୍ ହୋଇ ୪ ଏମବିପିଏସ ହୋଇଯିବ । ଭାରତ ସଞ୍ଚାର ନିଗମ ଲିମିଟେଡ (ବିଏସଏନଏଲ) ପକ୍ଷରୁ ଏଭଳି ଖାସ୍ ଅଫର ଆସିଛି । ଏହି ବ୍ରଡବ୍ୟାଣ୍ଡ ପ୍ଲାନରେ ଡାଟା ସହିତ କଲିଂ ବେନିଫିଟସ ମଧ୍ୟ ଆସୁଛି । ୟୁଜର୍ସ ଅନଲିମିଟେଡ କଲିଂର ମଜା ଉଠାଇ ପାରିବେ ।

ରିପୋର୍ଟ ମୁତାବକ, ଗ୍ରାହକଙ୍କୁ ପ୍ରଥମ ମାସର ବିଲ ଉପରେ ୫୦୦ ଟଙ୍କାର ରିହାତି ଦିଆଯିବ । ଏହି ପ୍ଲାନରେ ୫୦ ଟଙ୍କାରୁ କମ୍ ବିଶିଷ୍ଟ ଆଉ ଏକ ବ୍ରାଡବ୍ୟାଣ୍ଡ ପ୍ଲାନ ମଧ୍ୟ ରହିଛି । ତେବେ କମ୍ପାନୀ ୭୭୫ ଓ ୨୭୫ ଟଙ୍କିଆ ବ୍ରଡବ୍ୟାଣ୍ଡ ପ୍ଲାନକୁ ବନ୍ଦ କରିଦେଇପାରେ । ଆସନ୍ତା ୧୫ ତାରିଖ ସୁଦ୍ଧା ଏହି ଦୁଇ ପ୍ଲାନ ବନ୍ଦ ହୋଇପାରେ ବୋଲି କୁହାଯାଉଛି ।

Get real time updates directly on you device, subscribe now.