ବିଏସଏନଏଲର ଚାହିଦା ବଢୁଛି : ଆଣିଲା ୩୦ ଦିନିଆ ଶସ୍ତା ପ୍ଲାନ

ନୂଆଦିଲ୍ଲୀ: ଭାରତରେ କିଛିଦିନ ତେଳେ ଜିଓ,ଏୟାରଟେଲ ଭଳି କମ୍ପାନୀ ତାଙ୍କର ରିଚାର୍ଜ ପ୍ଲାନରେ ବୃଦ୍ଧି କରିଛନ୍ତି । ଏନେଇ ଅନେକ ଗ୍ରାହକ ଅସନ୍ତୋଷ ପ୍ରକାଶ କରି ନେଟୱାର୍କ ପରିବର୍ତ୍ତନ କରିଛନ୍ତି । ଏହାର ଫାଇଦା ବର୍ତ୍ତମାନ ସମୟରେ ବିଏସଏନଏଲ ନେଉଛି । ଏହି ସମୟରେ ବିଏସଏନଏଲର ଚାହିଦା ବୃଦ୍ଧି ପାଉଥିବାର ଦେଖିବାକୁ ମିଳିଛି ।

ସାଧାରଣତଃ ଦେଖାଯାଏ ଯେକୌଣସି ନେଟୱାର୍କର ପ୍ଲାନ୍‌ ୨୮ଦିନର ସମୟ ସୀମା । ମାତ୍ର ଏହି ପ୍ଲାନରେ ସମ୍ପୂର୍ଣ୍ଣ ୩୦ ଦିନ ପର୍ୟ୍ୟନ୍ତ ବ୍ୟବହାର କରି ପାରିବେ । ଏହି ପ୍ଲାନରେ ସମ୍ପୂର୍ଣ୍ଣ ୩୦ ଦିନ ପର୍ୟ୍ୟନ୍ତ ବ୍ୟବହାର କରି ପାରିବେ ।ଏହି ପ୍ଲାନରେ ମଧ୍ୟ ଦୈନିକ ୨ ଜିବି ଡାଟା ମିଳିବ । ଏହି ପ୍ଲାନରେ ଅସୀମିତ କଲିଂ କରି ପାରିବେ । ଏହି ପ୍ଲାନର ମୂଲ୍ୟ ହେଉଛି ୨୨୯ ଟଙ୍କା ପ୍ରିପେଡ୍‌ ପ୍ଲାନ୍‌ ଏହା ସମସ୍ତ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ।

Get real time updates directly on you device, subscribe now.