fbpx

ବିଏସପିରୁ ଇସ୍ତଫା ଦେଲେ ସାଂସଦ ମଲୁକ ନାଗର

ନୂଆଦିଲ୍ଲୀ: ଆସନ୍ତା ୧୯ ତାରିଖ ଠାରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଆରମ୍ଭ ହେବ । ଏଥିସହିତ ୪ଟି ରାଜ୍ୟରେ ବିଧାନସଭା ନିର୍ବାଚନ ମଧ୍ୟ ହେବ । ଜୁନ ମାସ ୪ ତାରିଖରେ ନିର୍ବାଚନର ଫଳାଫଳ ଘୋଷଣା ହେବ । ନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନେ ପର୍ଯ୍ୟାୟକ୍ରମେ ନିଜ ନିଜର ପ୍ରାର୍ଥୀ ତାଲିକା ଜାରି କରୁଛନ୍ତି । ଏହା ମଧ୍ୟରେ ରାଜନୈତିକ ନେତାମାନେ ଦଳ ବଦଳ କରି ନୂଆ ଦଳରେ ସାମିଲ ହେଉଥିବା ଦେଖାଯାଉଛି ।

ତେବେ ଏହା ମଧ୍ୟରେ ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ଉତ୍ତରପ୍ରଦେଶରେ ବହୁଜନ ସମାଜ ପାର୍ଟି (ବିଏସପି)କୁ ଲାଗିଛି ଏକ ବଡ଼ ଝଟକା । ସାଂସଦ ମଲୁକ ନାଗର ଦଳରୁ ଇସ୍ତଫା ଦେଇଛନ୍ତି । ଶ୍ରୀ ନାଗର ବିଜନୌର ଲୋକସଭା ଆସନର ସାଂସଦ ରହିଥିବା ବେଳେ ତାଙ୍କୁ ଏଥର ଟିକେଟ ମିଳିନଥିଲା । ଉକ୍ତ ଆସନରୁ ଏଥର ଦଳ ଚୌଧାରୀ ବ୍ରିଜେନ୍ଦ୍ର ସିଂହଙ୍କୁ ଟିକେଟ ଦେଇଥିଲା । ତେଣୁ ଟିକେଟ କଟିବା କାରଣରୁ ସେ ଦଳ ଛାଡ଼ିଥିବା ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.