fbpx

ହାର୍ଭାର୍ଡ ବୈଜ୍ଞାନିକଙ୍କ ବଡ଼ ଖୁଲାସା: ଏଲିଅନଙ୍କ ଭ୍ରମଣ ଟେକ୍ନୋଲୋଜିକୁ ଯଦି ମାନବ ସଭ୍ୟତା ଉପଯୋଗ କରିପାରିବ ତେବେ ବିନା ବାଧାରେ ମହାକାଶ ଯାତ୍ରା ସମ୍ଭବ ହେବ

ନୂଆଦିଲ୍ଲୀ: ଆମ ପୃଥିବୀର ଆକାଶରେ ଅନଆଇଡେଣ୍ଟିଫାଏଡ୍ ଫ୍ଲାଇଙ୍ଗ ଅବଜେକ୍ଟ (ୟୁଏଫଓ) ଚିହ୍ନଟ ହୋଇଥିବା ନେଇ ଅନେକ ଥର ଚର୍ଚ୍ଚା ହୋଇଛି । ଏନେଇ ବୈଜ୍ଞାନିକମାନେ ମଧ୍ୟ ଭିନ୍ନ ଭିନ୍ନ ତଥ୍ୟ ପ୍ରଦାନ କରିଥାନ୍ତି । ତାହା କେତେଦୂର ସତ ସେନେଇ ମଧ୍ୟ ଆଲୋଚନା ହୋଇଛି । ରହସ୍ୟମୟୀ ଉଡ଼ନ୍ତା ବସ୍ତୁ ଜରିଆରେ ସେମାନେ ଭ୍ରମଣ କରୁଥିବା କୁହାଯାଇଥାଏ । ଆମ ବ୍ରହ୍ମାଣ୍ଡରେ ଅନ୍ୟ ଗ୍ରହରେ ଜୀବ (ଏଲିଅନ) ଅଛନ୍ତି । ତେବେ ନିକଟରେ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ଜଣେ ପ୍ରଫେସର ଏଲିଅନଙ୍କ ଅସ୍ତିତ୍ୱକୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି ।

ହାର୍ଭାର୍ଡ ପ୍ରଫେସର ୟୁଏଫଓ ଭ୍ରମଣ ଉପରେ ଏକ ରୋଚକ ଥିଏରି ଉପସ୍ଥାପନ କରିଛନ୍ତି । ଏଲିଅନ ଏକ ନିର୍ଦ୍ଦିଷ୍ଟ ମାର୍ଗ ଜରିଆରେ ଭ୍ରମଣ କରୁଥାଇ ପାରନ୍ତି । ସେମାନେ ଯେଉଁ ଗୁପ୍ତ ମାର୍ଗ ବା ‘ଏକ୍ସଟ୍ରା ଡାଇମେନସନ’ ଦେଇ ଯାତାୟାତ କରୁଛନ୍ତି, ତାହାକୁ ଦେଖିହେବ ନାହିଁ । ସାଧାରଣ ଭାବେ ୩ଟି ଡାଇମେନସନ ଦୃଶ୍ୟମାନ ହେଉଥିବା ବେଳେ ଏଲିଅନ ଯେଉଁ ମାର୍ଗରେ ଯିବା ଆସିବା କରୁଛନ୍ତି ତାହା ଅନ୍ୟତମ ଅଦୃଶ୍ୟ ମାର୍ଗ ।

ଏଲିଅନ ସଭ୍ୟତା ଉନ୍ନତ ଟେକ୍ନୋଲୋଜି କ୍ଷେତ୍ରରେ କୋଟି କୋଟି ବର୍ଷ ଆଗରେ ରହିଥିବା ଅନୁମାନ କରାଯାଏ । ଏହି ଗୁପ୍ତ ମାର୍ଗରେ ଯିବା ଆସିବା କରିବା ପାଇଁ ଏଲିଅନ ସଭ୍ୟତା କ୍ୱାଣ୍ଟମ୍ ଗ୍ରାଭିଟି ଇଞ୍ଜିନିୟରିଂ ପ୍ରୟୋଗ କରୁଥାଇ ପାରନ୍ତି । ଏହି ପଦ୍ଧତି ମହାକାଶରେ ଧକ୍କା ହେବା ଆଶଙ୍କାକୁ ହ୍ରାସ କରୁଥାଇପାରେ ଓ ବିନା ବାଧାରେ ସେମାନେ ବ୍ରହ୍ମାଣ୍ଡରେ ସୁବିଧାରେ ଭ୍ରମଣ କରିପାରୁଥିବେ । ଏହିଅନଙ୍କ ଗୁପ୍ତ ମାର୍ଗ ଉପରେ ଏକ ନୂଆ ଦୃଷ୍ଟିକୋଣ ଉଜାଗର ହୋଇଛି । ଏଲିଅନଙ୍କ ଏହି ଭ୍ରମଣ ଟେକ୍ନୋଲୋଜିକୁ ଯଦି ମାନବ ସଭ୍ୟତା ଉପଯୋଗ କରେ, ତେବେ ବିନା ବାଧାରେ ମହାକାଶ ଭ୍ରମଣ ସମ୍ଭବ ହୋଇପାରିବ । ଏହା ମାନବତା ଉପରେ ପରିବର୍ତ୍ତନକାରୀ ପ୍ରଭାବ ପକାଇବ ବୋଲି ସେ କହିଛନ୍ତି । ଗୁମ୍ଫାରେ ରହୁଥିବା ପ୍ରାଚୀନ ମଣିଷ ଗୋଟିଏ ଆଧୁନିକ ସହରକୁ ଦେଖିଲେ ଯେପରି ଚକିତ ହୋଇଯାଏ ସେହିପରି ଏଲିଅନ ସଭ୍ୟତାର ଟେକ୍ନୋଲୋଜି ସହ ମାନବତାକୁ ପ୍ରଫେସର ତୁଳନା ଜଣକ କରିଛନ୍ତି ।

ପୃଥିବୀ ପୃଷ୍ଠରୁ ୩୦୦ ଫୁଟ ତଳେ ଏଲିଅନ ରହିଥିବା ନେଇ ମଧ୍ୟ ସେ ଦାବି କରିଛନ୍ତି । ଏକ ମହାକାଶ ବସ୍ତୁର ପ୍ରଭାବରୁ ଏଲିଅନ ଟେକ୍ନୋଲୋଜିର ବୈଷୟିକ ଜ୍ଞାନକୌଶଳ ବିଷୟରେ ଜ୍ଞାନ ପ୍ରାପ୍ତି ଲକ୍ଷ୍ୟରେ ସେ ପାପୁଆ ନିଉଗିରି ଯାତ୍ରା କରିଥିଲେ । ବିଶ୍ୱସ୍ତରୀୟ ଏକ ସାମରିକ ବାହିନୀ ଏଲିଅନ ସଭ୍ୟତାର ଅନୁସନ୍ଧାନ କରୁଥିବା କଥା ସେ ଯୁକ୍ତି କରିଥିଲେ । ଏ ପ୍ରକାର ଆବିଷ୍କାର ମାନବତା ପାଇଁ ଅତ୍ୟନ୍ତ ଲାଭକାରୀ ବୋଲି ସେ ଗୁରୁତ୍ୱାରୋପ କରିଥିଲେ ।

Get real time updates directly on you device, subscribe now.