fbpx

‘ନେହେରୁଙ୍କ ପାଇଁ ଭାରତ ହୋଇପାରିଲାନି ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ’: ବୈଦେଶିକ ମନ୍ତ୍ରୀଙ୍କ ବଡ଼ ଦାବି

ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ବୁଧବାର ଦିନ ରାଜସ୍ଥାନର ବିକାନେର ଜିଲ୍ଲାରେ ଅୟୋଜିତ ଏକ ରାଲିରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, ନେହେରୁଙ୍କ ପାଇଁ ଭାରତକୁ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ କରାଗଲା ନାହିଁ । ଭାରତ ପରିବର୍ତ୍ତେ ଚୀନକୁ ଏହି ସୁଯୋଗ ମିଳିଲା । ବୈଦେଶିକ ମନ୍ତ୍ରୀ ଆତଙ୍କବାଦୀକୁ ନେଇ ମଧ୍ୟ ପୂର୍ବତନ କଂଗ୍ରେସ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ଏସ ଜୟଶଙ୍କର କହିଛନ୍ତି ଯେ, ନେହେରୁ ଚାହୁଁ ନଥିଲେ ଯେ, ଭାରତ ସଂଯୁକ୍ତ ରାଷ୍ଟ୍ରର ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ହୁଅନ୍ତୁ । ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ଉପରେ ଚୀନକୁ ସୁଯୋଗ ଦେଇଥିଲେ ଏବଂ ତାକୁ ସ୍ଥାୟୀ ସଦସ୍ୟ ହେବାର ପକ୍ଷ ନେଇଥିଲେ । ସେତେବେଳେ ନେହେରୁ କହିଥିଲେ ଯେ, ଭାରତ ପରେ ମୁଁ ଏବଂ ଚୀନ ପ୍ରଥମେ । ବୈଦେଶିକ ମନ୍ତ୍ରୀ କହିଲେ, ଯଦି ମୁଁ ପ୍ରଧାନମନ୍ତ୍ରୀ ହୋଇଥାଆନ୍ତି ତେବେ ଦେଶ ସବୁଠାରୁ ଆଗରେ ଥାଆନ୍ତା । ମୁଁ ସର୍ବପ୍ରଥମେ ଦେଶ ପାଇଁ ହିତ କଥା ଚିନ୍ତା କରେ ।

ସେ ପୁଣି କହିଛନ୍ତି ଯେ, ଭାରତ ବର୍ତ୍ତମାନ ସୀମା ପାରି କରି ଆସୁଥିବା ଆତଙ୍କବାଦୀଙ୍କୁ କଦାପି ସହିବ ନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସୁରକ୍ଷାର ଚ୍ୟାଲେଞ୍ଜକୁ ପାର କରିବା ସବୁଠାରୁ ଆବଶ୍ୟକ ଅଟେ । ପ୍ରଧାନମନ୍ତ୍ରୀ ମୋଦୀ ୨୦୦୮ ବର୍ଷ ଭାରତ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା ଏବଂ ମୁମ୍ବାଇ ଦୋହଲି ଯାଇଥିଲା ।ଆଜି ଭାରତରେ ଯଦି ସୀମାରେ କୌଣସି ମଧ୍ୟ ଆତଙ୍କବାଦୀ ଘଟଣା ହୁଏ ତେବେ ଆମେ ଉରୀ ଭଳି ପ୍ରତିକ୍ରିୟା ଦେଉଛୁ ।

Get real time updates directly on you device, subscribe now.