fbpx

ଓଲଟିଲା ସ୍କୁଲ ବସ୍‌: ଅନେକ ଛାତ୍ରଛାତ୍ରୀଙ୍କ ମୃତ୍ୟୁ, ସରକାରୀ ଛୁଟିରେ ମଧ୍ୟ ଖୋଲା ଥିଲା ବିଦ୍ୟାଳୟ

ନୂଆଦିଲ୍ଲୀ : ଏକ ମର୍ମନ୍ତୁଦ ବସ୍ ଦୁର୍ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି । ଏହି ବସ୍ ଛାତ୍ରଛାତ୍ରୀଙ୍କୁ ନେଇ ବିଦ୍ୟାଳୟ ଯାଉଥିଲେ । ଏଥିରେ ଅନେକ ଛାତ୍ରଛାତ୍ରୀଙ୍କର ମୃତ୍ୟୁ ହୋଇଥିବା ସୂଚନା ଆସିଛି । ଏଥିରେ ଅନେକ ଶିଶୁ ଗୁରୁତର ଆହତ ହୋଇଛନ୍ତି । ଏହି ପ୍ରାଇଭେଟ ସ୍କୁଲର ବସରେ ପାଖାପାଖି ୩୫ ରୁ ୪୦ ଜଣ ଛାତ୍ରାଛାତ୍ରୀ ଯାତ୍ରା କରୁଥିଲେ ।

ସୂଚନା ଅନୁଯାୟୀ, ହରିୟାଣାର ମହେନ୍ଦ୍ରଗଢ ଜିଲ୍ଲାରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । କୁହାଯାଉଛି ଯେ ଏହି ଦୁଃଖଦ ଦୁର୍ଘଟଣାରେ ପ୍ରାୟ ୬ ଜଣ ଶିଶୁଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯାହା ଅତ୍ୟନ୍ତ ଭୟାନକ ଅଟେ। ସେଠାରେ ଲୋକେ ଚିତ୍କାର କରୁଛନ୍ତି। ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ସ୍କୁଲ ସରକାରୀ ଛୁଟି ସତ୍ତ୍ୱେ ଖୋଲା ଥିଲା। ଦୁର୍ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ଦିଆଯାଇଥିଲା। ଏହା ପରେ ପିଲାମାନଙ୍କୁ ଶୀଘ୍ର ଡାକ୍ତରଖାନା ପଠାଯାଇଛି। ସୂଚନା ପାଇବା ପରେ ପୋଲିସ ଏବଂ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ଏହି ଦୁର୍ଘଟଣାରେ ୬ ଜଣ ଶିଶୁଙ୍କର ମୃତ୍ୟୁ ଘଟିଛି। ଏବଂ ୧୫ ଜଣ ଶିଶୁ ଆହତ ହୋଇଛନ୍ତି। ବାସ୍ତବରେ ବସ୍ ଡ୍ରାଇଭର ସିଧାସଳଖ ଗଛକୁ ଧକ୍କା ଦେଇଥିଲା, ଯେଉଁ କାରଣରୁ ବସ୍ ଓଲଟି ପଡିଥିଲା। ବସ୍‌ରେ ସମୁଦାୟ ୩୩ ପିଲା ଯାତ୍ରା କରୁଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକମାନେ ଆହତ ପିଲାମାନଙ୍କୁ ନିହାଲ ହସ୍ପିଟାଲ ଏବଂ ସିଭିଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ନିହାଲ ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର କହିଛନ୍ତି ଯେ ତାଙ୍କ ନିକଟକୁ ୨୦ ଜଣ ପିଲା ଆସିଛନ୍ତି, ସେଥିମଧ୍ୟରୁ ପାଞ୍ଚଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଅବଶିଷ୍ଟ ଆହତମାନଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇବା ପରେ ଏକ ଉଚ୍ଚ କେନ୍ଦ୍ରକୁ ପଠାଯାଇଛି।

Get real time updates directly on you device, subscribe now.