fbpx

ଏପ୍ରିଲ-ମେ’ ମାସରେ ଇସ୍ରାଏଲ ଯିବେ ୬ ହଜାର ଭାରତୀୟ ଶ୍ରମିକ 

ନୂଆଦିଲ୍ଲୀ: ଚଳିତ ବର୍ଷ ଏପ୍ରିଲ-ମେ’ ମାସରେ ଭାରତରୁ ପ୍ରାୟ ୬ ହଜାର ଶ୍ରମିକ ଇସ୍ରାଏଲ୍ ଯିବେ । ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି । ଅକ୍ଟୋବର ୨୦୨୩ରୁ ଗାଜା ଉପରେ ଇସ୍ରାଏଲ ର ଆକ୍ରମଣ ଯୋଗୁଁ ଇସ୍ରାଏଲ ଶ୍ରମିକ ଅଭାବ ସହ ସଂଘର୍ଷ କରୁଛି । ସଂଘର୍ଷ ଆରମ୍ଭ ହେବା ପୂର୍ବରୁ ପାଲେଷ୍ଟାଇନ ଅଞ୍ଚଳରୁ ବହୁ ସଂଖ୍ୟକ ଲୋକ କାମ କରିବା ପାଇଁ ଇସ୍ରାଏଲକୁ ଚାଲି ଆସିଥିଲେ ।

ପଶ୍ଚିମ ତଟରୁ ପ୍ରାୟ ୮୦ ହଜାର ଓ ଗାଜାରୁ ପ୍ରାୟ ୧୭ ହଜାର ଲୋକ କାମ କରିବାକୁ ଇସ୍ରାଏଲ ଯାଉଥିଲେ । କିନ୍ତୁ ଅକ୍ଟୋବର ୭ ତାରିଖରୁ ଏହା ବନ୍ଦ ରହିଛି । ତେବେ ସବୁଠୁ ବଡ଼ କଥା ହେଉଛି ବର୍ତ୍ତମାନ ଭାରତୀୟ ଶ୍ରମିକଙ୍କୁ ଏୟାର ସଟଲ ଜରିଆରେ ସବସିଡି ଅଧୀନରେ ଇସ୍ରାଏଲ ନିଆଯିବ । ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ନିର୍ମାଣ କ୍ଷେତ୍ରରେ କାମ କରିବା ପାଇଁ ଖୁବ୍ ଶୀଘ୍ର ସର୍ବାଧିକ ସଂଖ୍ୟକ ବିଦେଶୀ ଶ୍ରମିକ ଇସ୍ରାଏଲରେ ପହଞ୍ଚିବେ ।

ଦୁଇ ଦେଶର ସରକାରଙ୍କ ଚୁକ୍ତି ଅନୁଯାୟୀ, ଭାରତର ଶ୍ରମିକମାନଙ୍କୁ ଇସ୍ରାଏଲ ପଠାଯିବ । ଏହି ଶ୍ରମିକମାନଙ୍କୁ ଇସ୍ରାଏଲ ପଠାଇବା ପାଇଁ ଭାରତର ପ୍ରୟାସ ଏପରି ଏକ ସମୟରେ ତୀବ୍ର ହୋଇଛି ଯେତେବେଳେ ୧୯ ଡିସେମ୍ବର ୨୦୨୩ରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବିନ୍ୟାମିନ ନେତାନ୍ୟାହୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଫୋନରେ କଥା ହୋଇଥିଲେ ଏବଂ ଶୀଘ୍ର ଭାରତୀୟ ଶ୍ରମିକମାନଙ୍କୁ ପଠାଇବାକୁ ଅନୁରୋଧ କରିଥିଲେ ।

Get real time updates directly on you device, subscribe now.