fbpx

ବଡ଼ ଖବର: ରାଜ୍ୟସଭା ନିର୍ବାଚନ ପୂର୍ବରୁ ଇସ୍ତଫା ଦେଲେ ଲୋକସଭା ସାଂସଦ

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନକୁ ଆଉ କିଛି ମାସ ଥିବାବେଳେ ଚଳିତ ବର୍ଷ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ତା’ ପୂର୍ବରୁ ଆସନ୍ତା ୨୭ ତାରିଖରେ ଦେଶର ୧୫ଟି ରାଜ୍ୟର ୫୬ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ । ତେବେ ଆଗାମୀ ନିର୍ବାଚନ ପାଇଁ ରାଜନୈତିକ ଦଳମାନେ ପ୍ରସ୍ତୁତିରେ ବ୍ୟସ୍ତ ରହିଛନ୍ତି । ଏହା ମଧ୍ୟରେ ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର ।

ସୂଚନା ମୁତାବକ, ରାଜ୍ୟସଭା ନିର୍ବାଚନ ପୂର୍ବରୁ ଜଣେ ଲୋକସଭା ସାଂସଦ ଦଳ ଛାଡ଼ିଛନ୍ତି । ବହୁଜନ ସମାଜ ପାର୍ଟି (ବସପା)ର ଲୋକସଭା ସାଂସଦ ରିତେଶ ପାଣ୍ଡେ ଦଳରୁ ଇସ୍ତଫା ଦେଇଛନ୍ତି । ଦଳର ସୁପ୍ରିମୋ ମାୟାବତୀ ତାଙ୍କୁ ସମୟ ନ ଦେବାରୁ ସେ ଏହି ନିଷ୍ପତ୍ତି ନେଇଥିବା ସାଂସଦ ଅଭିଯୋଗ କରିଛନ୍ତି । ୨୦୨୯ରେ ରିତେଶ ଉତ୍ତରପ୍ରଦେଶର ଅମ୍ବେଦକର ନଗର ସଂସଦୀୟ କ୍ଷେତ୍ରରୁ ବସପା ଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ ।

ସୂଚନାଯୋଗ୍ୟ ଯେ, ଆଗାକୁ ନିର୍ବାଚନ ଆସୁଥିବାରୁ ଏବେଠାରୁ ନେତାଙ୍କର ଦଳ ବଦଳ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି । ନିକଟରେ ରିତେଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ସଂସଦ ଭବନ କ୍ୟାଣ୍ଟିନରେ ଲଞ୍ଚ କରିଥିଲେ । ତେଣୁ ସେ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.