fbpx

ଆସନ୍ତା ବର୍ଷ ହେବ ମହାରାଷ୍ଟ୍ର, ଝାରଖଣ୍ଡ ଓ ଦିଲ୍ଲୀରେ ନିର୍ବାଚନ; ବିଏସପି ସବୁ ସ୍ଥାନରେ ଦେବ ପ୍ରାର୍ଥୀ

ନୂଆଦିଲ୍ଲୀ: ହରିୟାଣାରେ ବହୁଜନ ସମାଜ ପାର୍ଟିର ଦୟନୀୟ ପରାଜୟ ସତ୍ତେ୍ୱ ଦଳ ସୁପ୍ରିମୋ ଆଉ ତିନୋଟି ରାଜ୍ୟରେ ନିଜ ଭାଗ୍ୟ ପରୀକ୍ଷା କରିବାକୁ ଘୋଷଣା କରିଛନ୍ତି । ବିଏସପି ପ୍ରମୁଖ ମାୟାବତୀ ବୁଧବାର ଘୋଷଣା କରିଛନ୍ତି କି, ତାଙ୍କ ଦଳ ଆସନ୍ତା ବିଧାନସଭା ନିର୍ବାଚନରେ ଝାରଖଣ୍ଡ, ମହାରାଷ୍ଟ୍ର ଓ ଦିଲ୍ଲୀରେ ନିର୍ବାଚନ ଲଢିବ ।

ହରିଆଣାରେ ଦଳର ବିପର୍ଯ୍ୟୟ ପାଇଁ ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ଅଗରୁ ହରିଆଣା ଜାଟ କମୁନିଟିକୁ ଜାତିଆଣ ଭାବ ଉପରେ ବର୍ଷିଥିଲେ । ଜାଟ କମୁନିଟି ପାଇଁ ବିଏସପି ଇଣ୍ଡିଆନ ନାସନାଲ ଲୋକ ଦଳ ସହ କରିଥିବା ମେଣ୍ଟ ବିଫଳ ହେଲା ବୋଲି କହିଥିଲେ । ଜାଟ କମୁନିଟି ବିଏସପି ମେଣ୍ଟକୁ ଭୋଟ ଦେଇନଥିଲେ, ତେଣୁ ଦଳର ପ୍ରାର୍ଥୀ ମାତ୍ର ସ୍ୱଳ୍ପ ଭୋଟରେ ହାରିଥିବା କହିଥିଲେ ମାୟା ।

ତେବେ ହରିୟାଣାରେ ବିଏସପି ୧.୮୨ ପ୍ରତିଶତ ଭୋଟ ପାଇଥିବା ବେଳେ ସହଯୋଗୀ ଆଇଏନଏଲଡି ୪.୧୪ ପ୍ରତିଶତ ପାଇଥିବା ନିର୍ବାଚନ କମିଶନ ରେକର୍ଡରୁ ଜଣାପଡିଛି । ଯେତେବେଳେ କି, ବିଜେପି ତୃତୀୟ ଥର ପାଇଁ ୪୮ ସିଟ ହାତେଇ ହାଟ୍ରିକ ରଚିଛି । କଂଗ୍ରେସ ୩୭ ସିଟରେ ବିଜୟୀ ହୋଇଛି ଓ ଆଇଏନଏଲଡି ୨ ସିଟ ହାତେଇଛି । ଯେତେବେଳେ କି ବିଏସପି ଖାତାକୁ ଗୋଟିଏ ବି ସିଟ ଆସିନାହିଁ ।

ହରିଆଣାରେ ଏମିତି ଦୟନୀୟ ପରାଜୟ ପରେ ମଧ୍ୟ ବିଏସପିକୁ ମହାରାଷ୍ଟ୍ର, ଝାରଖଣ୍ଡ ଓ ଦିଲ୍ଲୀରେ ଆସନ୍ତା ବର୍ଷ ହେବାକୁ ଥିବା ନିର୍ବାଚନରେ ଉତ୍ତିର୍ଣ୍ଣ କରିବାକୁ ନିଷ୍ପତ୍ତି ନେଇଛନ୍ତି ଦଳ ମୁଖିଆ । ତେବେ ଏହା ବିଏସପିକୁ କେତେ ଫାଇଦା ଦେବ, ତାହା ତ ଜଣାନାହିଁ, କିନ୍ତୁ ଏହି ତିନି ରାଜ୍ୟରେ କିଛି ଭୋଟ ଅନ୍ୟଦଳର ବିଏସପି ପାଇଁ କାଟ ଖାଇବ ।

Get real time updates directly on you device, subscribe now.