fbpx

ଖୁସିଖବର! ବଜେଟ ୨୦୨୪ରେ ଦରମା ପାଉଥିବା ଲୋକଙ୍କ ପାଇଁ ବଢିବ ଷ୍ଟାଣ୍ଡାର୍ଡ ଡିଡକ୍ସନ, ଜାଣନ୍ତୁ ଡିଟେଲ୍ସ

Advertisement

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ମାସର ତୃତୀୟ ସପ୍ତାହରେ ୟୁନିୟନ ବଜେଟ ଜାରି କରିବେ । ଏହି ବଜେଟରେ ଦରମା ପାଉଥିବା ବ୍ୟକ୍ତିଙ୍କୁ ଲାଭ ମିଳିବ ବୋଲି ଆଶା ରହିଛି । ଷ୍ଟାଣ୍ଡାର୍ଡ ଡିଡକ୍ସନ ଏଥିରୁ ଅନ୍ୟତମ । ବର୍ତ୍ତମାନ ଚାକିରି କରୁଥିବା ଲୋକଙ୍କୁ ପ୍ରତି ବର୍ଷ ୫୦ ହଜାର ଟଙ୍କାର ଷ୍ଟାଣ୍ଡାର୍ଡ ଡିଡକ୍ସନ ମିଳିଥାଏ । ଆଶା ରହିଛି ଯେ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାକୁ ବୃଦ୍ଧି କରି ୧ ଲକ୍ଷ ଟଙ୍କା କରିପାରନ୍ତି । ଷ୍ଟାଣ୍ଡାର୍ଡ ଡିଡକ୍ସନର ଫାଇଦା ଇନକମ ଟ୍ୟାକ୍ସର ନୂଆ ଏବଂ ପୁରୁଣା ରିଜିମକୁ ମିଳୁଛି ।

ବଜେଟ ୨୦୧୮ରେ ସରକାର ଷ୍ଟଣ୍ଡାର୍ଡ ଡିଡକ୍ସନର ଘୋଷଣା କରିଥିଲେ । ହେଲେ ଏହା ବଦଳରେ ଟ୍ରାଭେଲ ଅଲାଉନ୍ସ ଏବଂ ମେଡିକାଲ ଡିଡକ୍ସନ ପୁନଃଶ୍ଚ ନେଇଥିଲେ । ବଜେଟ ୨୦୧୮ରେ ଷ୍ଟଣ୍ଡାର୍ଡ ଡିଡକ୍ସନକୁ ବଢାଇ ୫୦ ହଜାର ଟଙ୍କା କରାଯାଇଥିଲା । ହେଲେ ସେବେଠାରୁ ଏହାକୁ ବୃଦ୍ଧି କରିବା ପାଇଁ ଦାବି କରାଯାଉଛି । ଏହି କାରଣ ଏହା ରହିଛି ଯେ, ଟ୍ରାଭେଲ ଆଲାଉନ୍ସ ଏବଂ ମେଡିକାଲ ଡିଡକ୍ସନକୁ ମିଶାଇ ସମୁଦାୟ ୩୪ ହଜାର ୨୦୦ ଟଙ୍କାର ଡିଡକ୍ସନ ମିଳୁଛି । ସେଥିପାଇଁ ୫୦ ହଜାର ଟଙ୍କାର ଡିଡକ୍ସନରୁ ସାଲାରୀ କ୍ଲାସକୁ ଅଳ୍ପ ଆଶ୍ୱସ୍ତି ମିଳିଛି ।

ଏକ୍ସପର୍ଟସଙ୍କ କହିବାନୁଯାୟୀ, ଜୁଲାଇର ତୃତୀୟ ସପ୍ତାହରେ ଜାରି ହେବାକୁ ଥିବା ୟୁନିୟନ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଷ୍ଟାଣ୍ଡାର୍ଡ ଡିଡକ୍ସନକୁ ବଢାଇ ଏଲ ଲକ୍ଷ ଟଙ୍କା କରିପାରନ୍ତି । କିଛି ମିଡିଆ ରିପୋର୍ଟରେ କୁହାଯାଇଛି ଯେ, ଅର୍ଥମନ୍ତ୍ରୀ ଇନକମ ଟ୍ୟାକ୍ସର ମାତ୍ର ନୂଆ ରିଜିମରେ ଷ୍ଟାଣ୍ଡାର୍ଡ ଡିଡକ୍ସନ ବଢାଇପାରନ୍ତି । ହେଲେ ଏକ୍ସପର୍ଟସଙ୍କ କହିବାନୁଯାୟୀ, ଗତ କିଛି ବର୍ଷରେ ଇନଫ୍ଲେସନ ଯେଉଁଭଳି ବଢୁଛି, ତାକୁ ଦେଖି ଅର୍ଥମନ୍ତ୍ରୀ ଇନକମ ଟ୍ୟାକ୍ସର ନୂଆ ଏବଂ ପୁରୁଣା ଦୁଇ ରିଜୀମରେ ଷ୍ଟାଣ୍ଡାର୍ଡ ଡିଡକ୍ସନ ବଢାଇ ୧ ଲକ୍ଷ ଟଙ୍କା କରିପାରନ୍ତି ।

ଷ୍ଟାଣ୍ଡାର୍ଡ ଡିଡକ୍ସନର ଲାଭ କେବଳ ଚାକିରି କରୁଥିବା ଲୋକଙ୍କୁ ମିଳିଥାଏ । ଏହି ଷ୍ଟାଣ୍ଡାର୍ଡ ଡିଡକ୍ସନକୁ କ୍ଲେମ କରିବା ପାଇଁ କର୍ମଚାରୀମାନଙ୍କୁ ଇନକମ ଟ୍ୟାକ୍ସ ଡିପାର୍ଟମେଣ୍ଟକୁ କୌଣସି ପ୍ରମାଣ ଦେବାକୁ ପଡିନଥାଏ । ଷ୍ଟାଣ୍ଡାର୍ଡ ଡିଡକ୍ସର ଲାଭ ପ୍ରାଇଭେଟ କମ୍ପାନୀରେ କାମ କରୁଥିବା ବ୍ୟକ୍ତିଙ୍କ ସହ ସରକାରୀ ଚାକିରି କରୁଥିବା ଲୋକଙ୍କୁ ମଧ୍ୟ ମିଳିଥାଏ । ଏଥିପାଇଁ ସାଲାରୀର କୌଣସି ଉପର ସୀମା ଧାର୍ଯ୍ୟ କରାଯାଇନାହିଁ । ଆର୍ଥିକ ବର୍ଷ ୨୦୨୨-୨୩ ପର୍ଯ୍ୟନ୍ତ ଷ୍ଟାଣ୍ଡାର୍ଡ ଡିଡକ୍ସନର ଲାଭ କେବଳ ଇନକମ ଟ୍ୟାକ୍ସର ଓଲ୍ଡ ରୀଜୀମରେ ମିଳିଥାଏ । ଆର୍ଥିକ ବର୍ଷ ୨୦୨୩-୨୪ରେ ନୂଆ ରିଜିମରେ ମଧ୍ୟ ଟ୍ୟାକ୍ସପେୟର୍ସକୁ ତା’ର ଲାଭ ମିଳୁଛି ।

Get real time updates directly on you device, subscribe now.