ବୁଦ୍ଧଙ୍କ ରାଶି ପରିବର୍ତ୍ତନ, ଜୁନ୍ ୧୪ ପରେ ଏହି ରାଶିଙ୍କୁ ରହିବାକୁ ହେବ ସାବଧାନ

ଓଡ଼ିଶା ଭାସ୍କର: ଗ୍ରହମାନଙ୍କ ରାଜକୁମାର ଭାବେ ପରିଚିତ ବୁଦ୍ଧ ଗ୍ରହ । ବୁଦ୍ଧଙ୍କୁ ବାଣୀ, ବୁଦ୍ଧି ଏବଂ ବ୍ୟବସାୟର କାରକ ଭାବେ ବିବେଚିତ କରାଯାଇଛି । ଜୁନ୍ ୧୪ରେ ବୁଦ୍ଧ ବୃଷ ରାଶିରୁ ମିଥୁନ୍ ରାଶିରେ ପ୍ରବେଶ କରିବେ । ବୁଦ୍ଧଙ୍କ ଏହି ରାଶି ପରିବର୍ତ୍ତନ କିଛି ରାଶିଙ୍କ ଉପରେ ଭାରି ପଡ଼ିପାରେ । ତେବେ ଆସନ୍ତୁ ଜାଣିବା କେଉଁ ରାଶିଙ୍କୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ ।

୧. କର୍କଟ ରାଶି: ବୁଦ୍ଧଙ୍କ ରାଶି ପରିବର୍ତ୍ତନ ସମୟରେ କର୍କଟ ରାଶିଙ୍କୁ ସତର୍କ ରହିବାକୁ ପଡ଼ିବ । ବ୍ୟାପାରରେ ବିଶେଷ ଧ୍ୟାନ ଦିଅନ୍ତୁ ନଚେତ କ୍ଷତି ସହିବାକୁ ପଡ଼ିପାରେ । ନୂଆ ବ୍ୟବସାୟ ଆରମ୍ଭ କରୁଥିଲେ ଟିକେ ରହିଯାଆନ୍ତୁ । ଆର୍ଥିକ ସମସ୍ୟାରୁ ଦୂରେଇ ରହିବା ପାଇଁ ପରିଶ୍ରମ ଜାରି ରଖନ୍ତୁ ।

୨. କନ୍ୟା ରାଶି: ଜୁନ୍ ପରେ କିଛି ଦିନ କନ୍ୟା ରାଶିଙ୍କ ପାଇଁ ମଧ୍ୟ ଅନୁକୂଳ ନୁହେଁ । ଏହି ସମୟରେ କାହାର ଥଟା ପରିହାସ କରିବା ଠାରୁ ଦୂରେଇ ରୁହନ୍ତୁ । ବାକ୍ ସଂଯମତା ରକ୍ଷା କରନ୍ତୁ ଏବଂ ଆବଶ୍ୟକତା ଠାରୁ ଅଧିକ କଥା କୁହନ୍ତୁ ନାହିଁ । କୌଣସି କଥାକୁ ନେଇ ଆପଣ ଚିନ୍ତିତ ରହିପାରନ୍ତି ।

୩. ବିଛା ରାଶି: ବିଛା ରାଶି ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଷ୍ଟକ୍ ମାର୍କେଟରେ ନିବେଶ କରିବା ଠାରୁ ଦୂରେଇ ରୁହନ୍ତୁ ନଚେତ କ୍ଷତି ସହିବାକୁ ପଡ଼ିପାରେ । କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ସହ ବାକ୍ ସଂଯମତା ବଜାୟ ରଖନ୍ତୁ ।

୪. ଧନୁ ରାଶି: କୌଣସି କାର୍ଯ୍ୟ କରିବା ପୂର୍ବରୁ ସତର୍କତା ଅବଲମ୍ବନ କରନ୍ତୁ । ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନରେ ସମ୍ପର୍କ ଖରାପ ହେବାର ସମ୍ଭାବନା ରହିଛି । ତେଣୁ ପ୍ରତିକୂଳ ପରିସ୍ଥିତିର ମୁକାବିଲା କରିବା ପାଇଁ ପୂର୍ବରୁ ପ୍ରସ୍ତୁତ ରୁହନ୍ତୁ ।