fbpx

କାଶୀ ବିଶ୍ୱନାଥ କରିଡରରେ ପୁଣି ଭୁଶୁଡ଼ିଲା କୋଠା, ୨ ଜଣଙ୍କ ପ୍ରାଣ ଗଲା

Advertisement

ନୂଆଦିଲ୍ଲୀ(ଓଡ଼ିଶା ଭାସ୍କର): ବାରଣାସୀସ୍ଥିତ କାଶୀ ବିଶ୍ୱନାଥ କରିଡର ପରିସରରେ ବଡ଼ ଦୁର୍ଘଟଣା ଘଟିଛି । ଲଲିତା ଘାଟ ଠାରେ ଏକ ୨ ମହଲା ବିଶିଷ୍ଟ ବିଲଡିଂ ଭୁଶୁଡ଼ି ପଡ଼ିବାରୁ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଯାଇଛି । ସେହିପରି ୭ଜଣ ଆହତଙ୍କୁ ତୁରନ୍ତ କବିରଚୋରା ମଣ୍ଡଳୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଜିଲ୍ଲା ପୋଲିସ ଅଧିକାରୀ ଏବଂ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ôଚ ତଦନ୍ତ ଚଳାଇଛନ୍ତି ।

ସୂଚନା ଅନୁସାରେ ଲଲିତାଘାଟସ୍ଥିତ ଗୋୟନିକା ଛାତ୍ରାବାସକୁ କାଶୀ ବିଶ୍ୱନାଥ କରିଡର ପାଇଁ ଅଧିଗ୍ରହଣ କରାଯାଇଥିଲା ।   ସୋମବାର ରାତିରେ ଦାୟିତ୍ୱରେ ଥିବା ଠିକା ଶ୍ରମିକମାନେ ନିର୍ମାଧୀନ ହଷ୍ଟେଲରେ ଶୋଇଥିଲେ । ମଙ୍ଗଳବାର ଭୋର ପ୍ରାୟ ୪ଟା ବେଳେ ହଷ୍ଟେଲର କିଛି ଅଂଶ ହଠାତ୍ ଭୁଶୁଡ଼ି ପଡ଼ିଥିଲା । ଫଳରେ ସେଠାରେ ଥିବା ୯ଜଣ ଶ୍ରମିକ ଫସିଯାଇଥିଲେ । ଭୁଶୁଡ଼ିବା ଶବ୍ଦ ଶୁଣି ସ୍ଥାନୀୟ ଲୋକେ ପହଞ୍ôଚ ପୋଲିସକୁ ଖବର ଦେଇଥିଲେ । ଦୁର୍ଘଟଣାରେ ପ୍ରାଣ ହରାଇଥିବା ୨ଜଣ  ହେଲେ ପଶ୍ଚିମବଙ୍ଗ ମାଲଦା କାଳିୟାଚାକ ବାସିନ୍ଦା ଅବଦୁଲ ମୋମିନ (୨୫) ଏବଂ ଅମିନୁଲ ମୋମିନ(୪୫) । ତେବେ ଆହତଙ୍କ ସ୍ୱାସ୍ଥ୍ୟବସ୍ତା ସ୍ଥିର ଥିବା ଏସପି କହିଛନ୍ତି ।

ଗୁରୁତ୍ୱପୂର୍ଣ୍ଣ ଯେ କାଶୀ ବିଶ୍ୱନାଥ ପରିସରରେ ୧୦ ଦିନ ଭିତରେ ଏଭଳି ଘଟଣା ୨ୟ ଥର ପାଇଁ ଘଟିଛି । ଏହା ପୂର୍ବରୁ ୨୩ ଏପ୍ରିଲକୁ ଲାହୋରୀ ଟୋଲେ ଠାରେ ଏକ ୩ମହଲା କୋଠାର କାନ୍ଥ ଭୁଶୁଡ଼ି ପଡ଼ିଥିଲା । ଯେଉଁଥିରେ ୫ଜଣ ଆହତ ହୋଇଥିଲେ । କାଶୀ ବିଶ୍ୱନାଥ କରିଡରରେ ଏଭଳି ଅନେକ ପୁରୁଣା କୋଠା ରହିଛି, ଯେଉଁଥି ପାଇଁ ଏଭଳି ଦୁର୍ଘଟଣା ବାରମ୍ବାର ଘଟୁଥିବା ଜଣାପଡ଼ିଛି ଏବଂ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି ।

Get real time updates directly on you device, subscribe now.