fbpx

ଦେଶରେ ବୁଲଡୋଜର ତାଣ୍ଡବ ଚାଲିଛି, ଯୁବକଙ୍କ ଭବିଷୟତ ବର୍ବାଦ କରି ଦିଆଯଉଛି-ମେହବୁବା ମୁଫ୍‌ତି

ଶ୍ରୀନଗର: ଦେଶରେ ମୁସଲମାନ ଏବଂ ଜାମ୍ମୁ କାଶ୍ମୀର ଯୁବକଙ୍କ ପାଇଁ କିଛି କରି ନାହାନ୍ତି ପ୍ରଧାନମନ୍ତ୍ରୀ । ଏଭଳି ଅଭିଯୋଗ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରିଛନ୍ତି ଜାମ୍ମୁ କାଶ୍ମୀର ପୁର୍ବତ୍ତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫ୍‌ତି । ସେ କହିଛନ୍ତି ଯେ ଦେଶରେ ମୁସଲମାନଙ୍କ ଜୀବନ ଜିବିକା ଉପରେ ବୁଲଡୋଜର ମଡ଼ାଇ ଦିଆଯାଉଛି, ପ୍ରଧାନମନ୍ତ୍ରୀ ଏହି ମାମଲାରେ ନିରବ ରହିଛନ୍ତି । ଜମ୍ମୁ କାଶ୍ମୀରରେ ଯୁବକଙ୍କ ଭୁମି ଏବଂ ରୋଜଗାରକୁ ବାହାର ଲୋକଙ୍କୁ ଦିଆଯାଉଛି ବୋଲି ମଧ୍ୟ ସେ କହିଛନ୍ତି ।

ଶୀନଗରରେ ସେ ଗଣମାଧ୍ୟମ ପ୍ରତିନିଧୀମାନଙ୍କ ସହିତ ସେ ଆଲୋଚନା କରି କହିଛନ୍ତି ଯେ, “ଭାରତ ଏକ ଧର୍ମନିରପେକ୍ଷ ଦେଶ ଏବଂ ଏଠାରେ ସବୁଠୁ ବଡ଼ ଅଳ୍ପସଂଖ୍ୟକ ସମାଜ ହେଉଛନ୍ତି ମୁସଲମାନ । ସେମାନଙ୍କୁ ତଡ଼ି ଦିଆଯାଉଛି । ତାଙ୍କ ଘର ଉପରେ ବୁଲଡୋଜର ଚଢ଼ାଇ ଦିଆଯାଉଛି । ସେମାନଙ୍କ ଜୀବନ ଜିବିକା ଛଢ଼ାଇ ନିଆଯାଉଛି । ପ୍ରଧାନମନ୍ତ୍ରୀ ଏହି ମାମଲାରେ ନିରବ ରହିଛନ୍ତି ।

ସେ ଏହା ମଧ୍ୟ କହିଛନ୍ତି ଯେ ଦେଶେର ବୁଲଡୋର ତାଣ୍ଡବ ଚାଲିଛି । ଲକ୍ଷଲକ୍ଷ ମୁସଲମାନ ଭୟଭୀତ ରହିଛନ୍ତି । ଏଭଳି ସ୍ଥିତିରେ ମଧ୍ୟ ସେ କାଶ୍ମୀର ଆସୁଛନ୍ତି, ଯୁବକଙ୍କ ବିଷୟରେ କହୁଛନ୍ତି । ସେ କୌଣସି ଭବିଷୟତ ବବିଷୟରେ ଆଲୋଚନା କରୁ ନାହାନ୍ତି । ପ୍ରଧାନମନ୍ତ୍ରୀ ଯୁବକଙ୍କ ଭବିଷ୍ୟତ ବର୍ବାଦ କରି ଦେଇଛନ୍ତି ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.