ଲକ୍ଷ୍ନୌ: ପ୍ରଫେଟ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟକୁ ନେଇ ଜୋର ଧରିଛି ରାଜନୀତି । ଖାଲି ରାଜନୀତି ନୁହେଁ ନୂପୁର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଦେଶସାରା ପ୍ରତିବାଦ ଦେଖାଯାଇଛି । ଅନେକ ସ୍ଥାନରେ ବିକ୍ଷୋଭକାରୀମାନେ ଆଇନକୁ ହାତକୁ ନେଇଛନ୍ତି ।
ଶୁକ୍ରବାର ଉତ୍ତରପ୍ରଦେଶ ପ୍ରୟାଗରାଜରେ ଏହି ମନ୍ତବ୍ୟର ପ୍ରତିବାଦ କରି ହିଂସାକାଣ୍ଡ ଦେଖିବାକୁ ମିଳିଥିଲା । ବିକ୍ଷୋଭକାରୀ ପଥରମାଡ଼ କରିବା ସହ ବ୍ୟାପକ ଭଙ୍ଗାରୁଜା କରିଥିଲେ । ଯାହାକୁ ନେଇ ଏବେ କଠୋର ହୋଇଛନ୍ତି ରାଜ୍ୟ ସରକାର । ବିକ୍ଷୋଭକାରୀ ଆଇନ ବ୍ୟବସ୍ଥାକୁ ହାତକୁ ନେଇଥିବାରୁ ସେମାନଙ୍କ ଉପରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ହେବା ନେଇ ପରୋକ୍ଷରେ କହିଛନ୍ତି ରାଜ୍ୟ ସରକାର ।
ଯୋଗୀ ଆଦିତ୍ୟନାଥ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମୃତ୍ୟୁଞ୍ଜୟ କୁମାର ଶନିବାର ଟ୍ୱିଟରରେ ଏକ ପୋଷ୍ଟ କରି ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ମନେରରଖନ୍ତୁ ପ୍ରତି ଶୁକ୍ରବାର ପରେ ଶନିବାର ଆସେ । ଏହାସହ ସେ ଏକ ବୁଲଡୋଜର ଫଟୋ ମଧ୍ୟ ଶେୟାର କରିଛନ୍ତି । ଉଲ୍ଲେଖଯୋଗ୍ୟ, ଯୋଗୀଙ୍କୁ ଉତ୍ତରପ୍ରଦେଶରେ ବୁଲଡୋଜର ସହ ତୁଳନା କରାଯାଏ ।
उपद्रवी याद रखें, हर शुक्रवार के बाद एक शनिवार ज़रूर आता है… pic.twitter.com/I8Y1SrPolL
— Mrityunjay Kumar (@MrityunjayUP) June 11, 2022
ଆଉ ଏହି ଘଟଣାରେ ହରିୟାଣା ବିଜେପି ଆଇଟି ଚାର୍ଜ ମୁଖ୍ୟ ଅରୁଣ ୟାଦବ ଶୁକ୍ରବାର ଟି୍ବଟ କରି କହିଛନ୍ତି ଯେ ‘ଏବେ ଶୁକ୍ରବାର ଷ୍ଟୋନ ଡେ ହୋଇଯାଇଛି, ଏବଂ ଶନିବାରକୁ ବୁଲଡୋଜର ଡେ’ କୁହାଯିବା ଦରକାର ।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶନିବାର ମୁଖ୍ୟ ଅଧିକାରୀଙ୍କ ସହ ଏକ ବୈଠକ କରିଥିଲେ । ବୈଠକରେ ଶୁକ୍ରବାର ହୋଇଥିବା ହିଂସାରେ ସାମିଲ ଥିବା ପ୍ରତ୍ୟେକ ଉପଦ୍ରବୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଏହିଭଳି ଲୋକଙ୍କୁ ସମାଜରେ ସ୍ଥାନ ନାହିଁ ।
ସୂଚନାଯୋଗ୍ୟ, ଶୁକ୍ରବାର ହିଂସାରେ ପୋଲିସ ଛଅ ଜିଲ୍ଲାରୁ ୨୩୦ ଜଣକୁ ଗିରଫ କରିଛି, ଏମାନେ ପ୍ରାୟଗରାଜ, ଶାହାରନପୁର, ବିଜନୋର, ମୋରାଦାବାଦ, ରାମପୁର ଏବଂ ଲକ୍ଷେ୍ନøରେ ହୋଇଥିବା ହିଂସାରେ ସଂପୃକ୍ତି ଥିଲା ।