fbpx

ଏ ହେଉଛନ୍ତି ବିଶ୍ୱର ଧନୀ ରାଜା: ସମ୍ପତ୍ତି ଜାଣିଲେ ଉଡିଯିବ ହୋସ

ନୂଆଦିଲ୍ଳୀ: ପୂର୍ବରୁ ବିଶ୍ୱରେ ରାଜତନ୍ତ୍ର ଶାସନ ପ୍ରଚଳିତ ହୋଇଆସୁଥିଲା । ପୂର୍ବ କାଳରେ ରାଜାରାଜୁଡା ସମୟରେ ପ୍ରଦେଶର ଶାସନ ଭାର ସମ୍ଭାଳୁଥିଲେ ରାଜା । ଏବେ ମଧ୍ୟ ଏହା ପ୍ରଭାବିତ କରିଥାଏ । ତେବେ ଯେତେବେଳେ ରାଜା କଥା ଉଠେ, ପ୍ରଥମେ ମନକୁ ଆସେ ଜଣେ ଧନୀ ବ୍ୟକ୍ତିଙ୍କ ରୂପ । ତେବେ କ’ଣ ଆପଣ ଜାଣନ୍ତି ଏବେ ବିଶ୍ୱର ଧନୀ ରାଜା କିଏ ? ଆସନ୍ତୁ ଜାଣିବା

ବୁର୍ଣ୍ଣେଇ , ଥାଇଲାଣ୍ଡ ଏବଂ ମୋରକ୍କୋ ପରି ଦେଶମାନଙ୍କରେ ଏବେ ବି ଚାଲିଛି ରାଜତନ୍ତ୍ର ଶାସନ। ତେବେ ଯଦି ସବୁଠୁ ଧନୀ ରାଜାଙ୍କ କଥା ଆସେ, ଏହି ତାଲିକାରେ ସବୁଠୁ ଆଗରେ ରହିଛି ଥାଇଲାଣ୍ଡ । ବିଶ୍ୱର ଶ୍ରେଷ୍ଠ ଧନୀ ରାଜାଙ୍କ ମଧ୍ୟରେ ଥାଇଲାଣ୍ଡର ରାଜା ଭଜିରାଲୋଙ୍ଗକର୍ଣ୍ଣ ହେଉଛନ୍ତି ସବୁଠାରୁ ଧନୀ । ଅନ୍ୟ ଦେଶମାନଙ୍କ ତୁଳନାରେ ତାଙ୍କ ନିକଟରେ ଯଥେଷ୍ଟ ଅଧିକ ସମ୍ପତ୍ତି ରହିତିବା ଜାଣିବାକୁ ମିଳିଛି । ଥାଇଲାଣ୍ଡର ରାଜାଙ୍କ ପାଖରେ ଏବେ ରହିଛି ସବୁଠୁ ଅଧିକ ସମ୍ପତ୍ତି । ଥାଇଲାଣ୍ଡ ଏକ ଛୋଟ ଦେଶ ହୋଇଥିଲେ ମଧ୍ୟ ଏଠାକାର ରାଜାଙ୍କ ନିକଟରେ ୨ଲକ୍ଷ କୋଟିରୁ ଅଧିକପ ସମ୍ପତ୍ତି ରହିଛି ବୋଲି ଜଣାଯାଇଛି । ସେ ହେଉଛନ୍ତି ଦୁନିଆର ସର୍ବଶ୍ରେଷ୍ଠ ଧନୀ ସମ୍ରାଟ । ୨୦୧୬ ମସିହାରେ ତାଙ୍କ ପିତା ଭୂମିବୋଲଙ୍କର ମୃତ୍ୟୁ ପରେ ସେ ଶାସନ ଭାର ସମ୍ଭାଳିଥିଲେ । ତାଙ୍କ ପିତା ପ୍ରାୟ ୭୦ ବର୍ଷ କାଳ ଥାଇଲାଣ୍ଡର ରାଜା ଥିଲେ ।

ଆଶ୍ଚର୍ଯ୍ୟଜନକ କଥା ହେଉଛି, ରାଜାଙ୍କ ପିତା ଭୂମିବଲଙ୍କ ଅନ୍ତିମ ସଂସ୍କାର ସମୟରେ ଖର୍ଚ୍ଚ ହୋଇଥିଲା ୬୦୦କୋଟି ଟଙ୍କା । ତାଙ୍କର ଶବକୁ ସୁନାରେ ତିଆରି ହୋଇଥିବା ଏକ ରଥରେ ଶ୍ମଶାନ ପର୍ଯ୍ୟନ୍ତ ନିଆଯାଇଥିଲା । ଏପରିକି ରାଜାଙ୍କ ବଂଶଙ୍କୁ ରାମଙ୍କ ବଂଶଜ ବୋଲି ମାନ୍ୟତା ରହିଛି । ତେବେ ୨୦୧୮ ମସିହାରେ ଗିନିଜ୍ ବୁକ୍ ଅଫ୍ ଓ୍ୱାର୍ଲ୍ଡ ରେକର୍ଡ ଅନୁସାରେ ଥାଇଲାଣ୍ଡର ବର୍ତ୍ତମାନ ରାଜାଙ୍କ ନିକଟରେ ୨ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ରହିଛି । ତାଙ୍କର ୪ ଜଣ ମଧ୍ୟ ପତ୍ନୀ ରହିଛନ୍ତି ।

Get real time updates directly on you device, subscribe now.