fbpx

Bulli Bai ଆପ୍ କ୍ରିଏଟର୍ ଗିରଫ

ନୂଆଦିଲ୍ଲୀ: ବୁଲ୍ଲି ବାଇ ଆପ୍ ତଦନ୍ତରେ ଦିଲ୍ଲୀ ପୋଲିସ୍ କୁ ବଡ଼ ସଫଳତା ମିଳିଛି । ଗିଟ୍ ହବ୍ ରେ ବୁଲ୍ଲି ବାଇ ତିଆରି କରିଥିବା କ୍ରିଏଟର୍ ଙ୍କୁ ଦିଲ୍ଲୀ ପୋଲିସ୍ ଗିରଫ କରିଛି । ଏହି ଆପ୍ ରେ ମୁସଲିମ୍ ମହିଳାଙ୍କୁ ଟାର୍ଗେଟ୍ କରି ସେମାନଙ୍କ ନିଲାମୀ କରାଯାଉଥିଲା । ଏହି ମାମଲାରେ ପୂର୍ବରୁ ହିଁ ତିନି ଜଣଙ୍କୁ ଗିରଫ କରାଯାଇସାରିଛି । ତେବେ ଆଜି ଆପ୍ ର କ୍ରିଏଟରଙ୍କୁ ଗିରଫ କରାଯାଇଛି । ବୁଲ୍ଲି ବାଇର କ୍ରିଏଟର୍ କୁ ପୋଲିସ୍ ଆସାମରୁ ଗିରଫ କରିଛି । ଅଭିଯୁକ୍ତର ନାମ ନୀରଜ ବିଶ୍ରୋଇ ଓ ତାଙ୍କ ବୟସ ୨୧ ବର୍ଷ ।ସୂଚନାଯୋଗ୍ୟ, ପୂର୍ବରୁ ପୋଲିସ୍ ଏହି ମାମଲାରେ ତିନି ଜଣଙ୍କୁ ଗିରଫ କରାଯାଇଛି । ଏଥିରେ ଶ୍ୱେତା ସିହ, ବିଶାଳ କୁମାର ଓ ମୟଙ୍କ ରାୱଲ୍ କୁ ଗିରଫ କରାଯାଇଛି । ଶ୍ୱେତା ସିଂହଙ୍କୁ ଉତ୍ତରାଖଣ୍ଡରୁ ଗିରଫ କରାଯାଇଛି ।

Get real time updates directly on you device, subscribe now.