fbpx

IPO ଲିଷ୍ଟିଂ: ସୁପ୍ରିୟା ଲାଇଫ୍ ସାଇନ୍ସ ଶେୟାର ମୂଲ୍ୟରେ ୫୫ ପ୍ରତିଶତ ଅଭିବୃଦ୍ଧି

ନୂଆଦିଲ୍ଲୀ: ଭାରତୀୟ ଶେୟାର ବଜାରରେ ଜାରି ରହିଛି ଆଇପିଓର ସିଜିନ୍ । ଗତକାଲି ଏଚପି ଆଧେସିଭର ଆଇପିଓ ଲଞ୍ଚ ହୋଇଥିବା ବେଳେ ଆଜି ଆଉ ଏକ ନୂଆ ଆଇପିଓ ଲଞ୍ଚ ହୋଇଛି । ଏହି ଆଇପିଓ ଲଞ୍ଚ ହେବା ସହିତ ଏହା ନିବେଶକଙ୍କୁ ମାଲେମାଲ କରିଛି । ସୁପ୍ରିୟା ଲାଇଫ ସାଇନ୍ସ ପକ୍ଷରୁ ଏହାର ଆଇପିଓ ଲଞ୍ଚ କରାଯାଇଥିବା ବେଳେ ଏହା ନିବେଶକଙ୍କୁ ୫୫.୧୧ ପ୍ରତିଶତର ଫାଇଦା ପ୍ରଦାନ କରିଛି । ସୁପ୍ରିୟା ଲାଇଫ ସାଇନସୁପ୍ରିୟା ଲାଇଫ ସାଇନ୍ସର ପ୍ରତି ଶେୟାର ମୂଲ୍ୟ ଆଇପିଓ ଲିଷ୍ଟିଂ ସମୟରେ ୨୭୪ ଟଙ୍କା ରହିଥିଲା । ଟ୍ର୍ରେଡିଂର ପ୍ରଥମ ଦିନରେ ଶେୟାର ମୂଲ୍ୟ ୪୨୫ ଟଙ୍କା ରହିଥିବା ବେଳେ ଶେୟାର ପିଛା ୧୫୧ ଟଙ୍କାର ଫାଇଦା ହୋଇଛି । ଏହି ଆଇପିଓ ଲିଷ୍ଟିଂରୁ ସୁପ୍ରିୟା ଲାଇଫ୍ ସାଇନ୍ସ ୭୦୦ କୋଟିର ନିବେଶ ସଂଗ୍ରହରେ ସକ୍ଷମ ହୋଇଛି । ଏହି ବମ୍ପର ଓପନିଂ ପରେ ସୁପ୍ରିୟା ଲାଇଫ ସାଇନ୍ସର ମାର୍କେଟ କ୍ୟାପିଟାଲ ୩୪୨୦ କୋଟିରେ ପହଞ୍ଚିଛି ।

୭୦୦ କୋଟିର ଆଇପିଓ ଲଞ୍ଚ ସମ୍ପର୍କରେ ଘୋଷଣା କରାଯିବା ପରେ ସୁପ୍ରିୟା ଲାଇଫ ସାଇନ୍ସର ଆଇପିଓ ୭୧.୫୧ ଗୁଣ ସବସ୍କ୍ରାଇବ ହୋଇଥିଲା । ଇନଷ୍ଟିଚ୍ୟୁସନାଲ ନିବେଶକଙ୍କୁ କୋଟାରୁ ୩୧.୮୩ ଗୁଣ ଶେୟାର ମିଳିଥିବା ବେଳେ ନନ ଇନଷ୍ଟିଚ୍ୟୁସନାଲ ନିବେଶକଙ୍କୁ୧୬୧.୨୨ ଗୁଣ ଅଧିକ ଶେୟାର ମିଳିଥିଲା । ରିଟେଲରେ ୫୬ ଗୁଣ ସବସ୍କ୍ରିପସନ ଜାରି କରାଯାଇଥିଲା । ଏହା ସହିତ କମ୍ପାନୀରେ ପ୍ରମୋଟରଙ୍କ ଅଂଶଧନ ୬୮.୨୪ ପ୍ରତିଶତକୁ ଖସି ଆସିଛି । ବିଭିନ୍ନ ବର୍ଗର ଏପିଆଇ ମଧ୍ୟରୁ ୩୮ଟି ସୁପ୍ରିୟା ଲାଇଫ ସାଇନ୍ସର ଅଧୀନରେ ରହିଛି ।

ଆଇପିଓରେ ଯେଉଁ ଫଣ୍ଡ ସଂଗ୍ରହ କରାଯାଇଛି ତାହା କିଛି ଲୋନ୍ ଶୁଝିବାରେ ବ୍ୟବହାର କରାଯିବ । ୨୦୧୮ରୁ ସୁପ୍ରିୟା ଲାଇଫ୍ ସାଇନ୍ସର ଅଭିବୃଦ୍ଧି ସ୍ଥିର ରହିଛି । ନିୟମିତ ଭାବରେ କମ୍ପାନୀ ଲାଭ ହାସଲ କରୁଥିବା ବେଳେ ୨୦୨୧ ବର୍ଷରେ ଲାଭ ୧୪୨.୧ ଗୁଣା ଅଧିକ ରହିଛି ।

Get real time updates directly on you device, subscribe now.