ବୁମରାହ ଟେଷ୍ଟ Captain, କାହାକୁ ମିଳିବ Deputy ପଦବୀ? ତାଲିକାରେ ରହିଛନ୍ତି ୨ ଷ୍ଟାର କ୍ରିକେଟର…
ବୁମରାହଙ୍କ ନେତୃତ୍ୱରେ କିଏ ହେବେ ଭାରତର ଉପ-ଅଧିନାୟକ? କାହା ଉପରେ ଭରସା କରିବ ଟିମ ଇଣ୍ଡିଆ
ନୂଆଦିଲ୍ଲୀ: ଭାରତୀୟ ଟେଷ୍ଟ ଦଳକୁ ମିଳିପାରେ ଆଉ ଜଣେ ନୂଅ ଅଧିନାୟକ । ଖୁବଶୀଘ୍ର ବୁମରାହ ଟିମ ଇଣ୍ଡିଆର ଅଧିନାୟକ ଦାୟିତ୍ୱ ଗ୍ରହଣ କରିପାରନ୍ତି । ରୋହିତଙ୍କ ପରେ ବୁମରାହ ଅଧିନାୟକ ପଦ ପାଇଁ ସର୍ବଶ୍ରେଷ୍ଠ ଦାବିଦାର ରହିଛନ୍ତି ।
ରୋହିତ ଶର୍ମା ଅଧିନାୟକ ପଦ ଛାଡ଼ିବା ପରେ ଟିମ ଇଣ୍ଡିଆ ଏହି ପଦ ବୁମରାହଙ୍କ କାନ୍ଧରେ ଦେଇପାରେ ବୋଲି ଆଶା କରାଯାଉଛି । କିନ୍ତୁ ଆହତ ସମସ୍ୟା ଯୋଗୁଁ ବୁମରାହ ଏହି ଦାୟିତ୍ୱରୁ ଦୂରରେ ରହିପାରନ୍ତି ।
ତେବେ ଜଶପ୍ରୀତ ବୁମରାହ ଅଦିନାୟକ ପଦ ପାଇଲେ ମଧ୍ୟ ଦଳର ଅନ୍ୟ ୨ ଜଣ ଖେଳାଳିଙ୍କୁ ଏହି ପଦ ପାଇଁ ପ୍ରସ୍ତୁତ କରିବ ଟିମ ଇଣ୍ଡିଆ । ବ୍ୟାକଅପ ଅଧିନାୟକ ଭାବରେ ସେ ଦଳରେ ସାମିଲ ରହିବେ । ତେବେ ଏହି ତାଲିକାରେ ୨ଟି ନାଁ ଖୁବ ଆଗରେ ରହିଛି ।
ଋଷଭ ପନ୍ତ: ବୁମରାହଙ୍କ ପରେ ଭାରତର ଉପ-ଅଧିନାୟକ ତାଲିକାରେ ସବୁଠାରୁ ଆଗରେ ରହିଛନ୍ତି ୱିକେଟ କିପର ବ୍ୟାଟର ଋଷଭ ପନ୍ତ । ବୁମରାହଙ୍କୁ ଅଧିନାୟକ ଦାୟିତ୍ୱ ଦେଲେ, ପନ୍ତଙ୍କୁ ତାଙ୍କର ଡେପୁଟୀ ଭାବରେ ଦାୟିତ୍ୱ ମିଳିପାରେ ।
ଋଷଭ ଆଇପିଏଲରେ ଏବଂ ଭାରତର ଟି-୨୦ ଦଳରେ ଅଧିନାୟକ ଦାୟିତ୍ୱ ତୁଲାଇ ସାରିଛନ୍ତି । ତେଣୁ ସେ ପରବର୍ତ୍ତୀ ସମୟରେ ଅଧିନାୟକ ଭାବରେ ଭାରତର ମଙ୍ଗ ଧରିପାରନ୍ତି । କିନ୍ତୁ ଏଥିପାଇଁ ଋଷଭଙ୍କୁ ତାଙ୍କ ବ୍ୟାଟିଂ କୌଶଳରେ ପରିବର୍ତ୍ତନ ଆଣିବା ଦରକାର ବୋଲି କୁହାଯାଉଛି ।
କେ.ଏଲ ରାହୁଲ: ଋଷଭଙ୍କ ବ୍ୟତୀତ ଏହି ତାଲିକାରେ କେ.ଏଲ ରାହୁଲଙ୍କ ନାମ ମଧ୍ୟ ସାମିଲ ରହିଛି । ଭାରତ ରାହୁଲଙ୍କୁ ମଧ୍ୟ ଭବିଷ୍ୟତର ଅଧିନାୟକ ଭାବରେ ନଜର ରଖିଛି । ରାହୁଲଙ୍କ ନିକଟରେ ଅଧିନାୟକ ଭାବରେ ଯଥେଷ୍ଟ ଅଭିଜ୍ଞତା ରହିଛି । ତେବେ ରାହୁଲଙ୍କ ବୟସ ତାଙ୍କୁ ଏହି ଦାୟିତ୍ୱରୁ ବଞ୍ଚିତ କରିପାରେ ।
ତେଣୁ ବୁମରାହଙ୍କ ଡେପୁଟୀ ଭାବରେ ଭାରତ କୌଣସି ଯୁବ ଖେଳାଳିଙ୍କୁ ପ୍ରସ୍ତୁତ କରିପାରେ । ଏହି ତାଲିକାରେ ଷ୍ଟାର ଓପନର ଯଶସ୍ୱୀ ଜଏସ୍ୱାଲ ଏବଂ ଶୁଭମନ ଗିଲ୍ ତାଲିକାର ଶୀର୍ଷରେ ରହିପାରନ୍ତି ।