fbpx

ତୃତୀୟ ଟେଷ୍ଟ: ବୁମରାଙ୍କୁ ୫ ୱିକେଟ୍ ସଫଳତା, ୧୪ ରନରେ ଅଗ୍ରଣୀ ଭାରତ

ନୂଆଦିଲ୍ଲୀ: କେପଟାଉନରେ ଖେଳା ଯାଇଥିବା ତୃତୀୟ ଟେଷ୍ଟ ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରିଛନ୍ତି ଜସପ୍ରୀତ ବୁମରା। ବୁମରାଙ୍କ ୫ ୱିକେଟ୍ ସଫଳତା ବଳରେ ଭାରତ ୧୪ ରନର ପ୍ରଥମ ଇନିଂସ ଅଗ୍ରଣୀ ହାସଲ କରିଛି। ଅଧିନାୟକ ବିରାଟ କୋହଲିଙ୍କ ଲଢ଼ୁଆ ଅର୍ଦ୍ଧଶତକ ବଳରେ ଭାରତ ୨୨୩ ରନ କରିଥିବା ବେଳେ ଦକ୍ଷିଣ ଆଫ୍ରିକା ମାତ୍ର ୨୧୪ ରନରେ ସୀମିତ ରହିଛି।

ଭାରତୀୟ ବୋଲର ମାନେ ଶୃଙ୍ଖଳିତ ବୋଲିଂ କରିଥିବା ବେଳେ ବୁମରା ୫ ୱିକେଟ୍ ନେଇଥିଲେ। ଘରୋଇ ଦଳ ପକ୍ଷରୁ କିଗାନ ପିଟରସନ୍ ସର୍ବାଧିକ ୭୨ ରନ୍ କରିଥଲେ। ୧୬୬ ବଲ ଖେଳି ସେ ୯ଟି ଚୌକା ମାରିଥିଲେ। ବୁମରା ମାତ୍ର ୪୨ ରନ ବ୍ୟୟ କରି ୫ଟି ୱିକେଟ ନେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଉମେଶ ଯାଦବ ଓ ମହମ୍ମଦ ଶାମି ୨ଟି ଲେଖାଏଁ ୱିକେଟ୍ ନେଇଥିଲେ। ଶାର୍ଦୁଲ ଠାକୁର ଅନ୍ୟ ୱିକେଟ୍ ନେଇଥିଲେ।

Get real time updates directly on you device, subscribe now.