fbpx

ବଦଳିଲା ବିଜେଡ଼ିର ସାଙ୍ଗଠନିକ ରୂପରେଖ: ଜାଣନ୍ତୁ କାହାକୁ ମିଳିଲା କେଉଁ ପଦଵୀ

ଭୁବନେଶ୍ବର (ଓଡ଼ିଶା ଭାସ୍କର): ଆସନ୍ତା ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡ଼ି ପକ୍ଷରୁ ଏହାର ସାଙ୍ଗଠନିକ ରୂପରେଖ ପରିବର୍ତ୍ତନ କରାଯାଇଛି। ବିଜେଡିର ୩ ବରିଷ୍ଠ ସାଧାରଣ ସମ୍ପାଦକ, ୪ ସାଧାରଣ ସମ୍ପାଦକ, ୭ ସମ୍ପାଦକ ନିଯୁକ୍ତ ହୋଇଛନ୍ତି।

ମହେଶ ସାହୁ, ପ୍ରଦୀପ ମାଝୀ, ପ୍ରଫୁଲ ମାଝୀ ବରିଷ୍ଠ ସାଧାରଣ ସମ୍ପାଦକ ଭାବରେ ନିଯୁକ୍ତ ହୋଇଛନ୍ତି। ଅନ୍ୟ ପକ୍ଷରେ ଅରିନ୍ଦମ ରାୟ, ଧନୁର୍ଯ୍ୟୟ ସିଦ୍ଧୁ, ଚନ୍ଦ୍ରଶେଖର ମାଝୀ, କୈଳାଶ କୁଲେସିକା ସାଧାରଣ ସମ୍ପାଦକ ଭାବରେ ନିଯୁକ୍ତ ହୋଇଛନ୍ତି। ବିଶ୍ବରଞ୍ଜନ ମଲ୍ଲିକ, ରମେଶ ଚନ୍ଦ୍ର ପରିଡ଼ା, ପ୍ରଦୀପ ସାହୁ, ଦିଲ୍ଲୀପ କୁମାର ସାହୁ, ସୁନୀଲ କୁମାର ଦାସ, ମହେଶ ହେମ୍ବ୍ରମ, ପ୍ରିୟବ୍ରତ ସାମନ୍ତରାୟ ସମ୍ପାଦକ ଭାବେ ନିଯୁକ୍ତି ପାଇଛନ୍ତି।

Get real time updates directly on you device, subscribe now.