fbpx

ପ୍ରଥମଥର ପାଇଁ ବିଶାଳକାୟ ତାରାର ଲାଇଭ୍ ମୃତ୍ୟୁ ଦେଖିଲେ ବୈଜ୍ଞାନିକ, ଦେଖନ୍ତୁ ଭିଡ଼ିଓ

ୱାଶିଂଟନ୍: ବ୍ରହ୍ମାଣ୍ଡ ତଥା ସୌରମଣ୍ଡଳରେ ହେଉଥିବା ଗତିବିଧି ଉପରେ ବୈଜ୍ଞାନିକମାନେ ସର୍ବଦା ନଜର ରଖିଥାନ୍ତି । ଏହାରି ମଧ୍ୟରେ ପ୍ରଥମଥର ପାଇଁ ଜ୍ୟୋତିର୍ବିଜ୍ଞାନୀମାନେ ରିୟଲ ଟାଇମରେ ଗୋଟିଏ ରେଡ୍ ସୁପରଜିଆଣ୍ଟ ତାରାର ମୃତ୍ୟୁକୁ ରେକର୍ଡ କରିବାରେ ସଫଳ ହୋଇଛନ୍ତି । ବ୍ରହ୍ମାଣ୍ଡର ଏହି ବିରଳ ଘଟଣା କ୍ୟାମେରାରେ ରେକର୍ଡ କରାଯାଇଛି । ଏହି ଭିଡିଓରେ ଏକ ତାରକାରେ ବିସ୍ଫୋରଣ ହୋଇଛି, ଯାହାକୁ ସୁପରନୋଭା ବିସ୍ଫୋରଣ କୁହାଯାଏ । ଏହି ତାରକାରେ କିଭଳି ବିସ୍ଫୋରଣ ହୋଇଛି, ତାହା ଭିଡ଼ିଓରେ ସ୍ପଷ୍ଟ ଭାବେ ଦେଖାଯାଇପାରିବ ।

Get real time updates directly on you device, subscribe now.