fbpx

ପଞ୍ଚାୟତ ଭୋଟ୍: ନିର୍ବାଚନ ପ୍ରଚାରକୁ ନେଇ ଆସିଲା ଗାଇଡ଼ଲାଇନ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ): ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ବାଜିଛି ବିଗୁଲ୍ । ଏହାରି ମଧ୍ୟରେ ପଞ୍ଚାୟତ ନିର୍ବାଚନ ପ୍ରଚାର ପାଇଁ ଆଜି ଗାଇଡ଼ଲାଇନ୍ ଜାରି କରିଛନ୍ତି ଏସଆରସି । ଜାନୁଆରୀ ୫ରେ ଜାରି ହୋଇଥିବା ଗାଇଡ଼ଲାଇନରେ ପରିବର୍ତ୍ତନ ହୋଇଛି ।

ନୂଆ ଗାଇଡ଼ଲାଇନ୍ ଅନୁସାରେ, କରୋନା ସଂକ୍ରମିତ ପ୍ରାର୍ଥୀ ପ୍ରଚାର କରିପାରିବେ ନାହିଁ । କୋଭିଡ ପଜିଟିଭ କେବଳ ଡିଜିଟାଲ କିମ୍ବା ଭର୍ଚୁଆଲ ଜରିଆରେ ପ୍ରଚାର କରିପାରିବେ । କୌଣସି ବଡ଼ ସମାବେଶ, ସମବେତ ହେବାକୁ ବାରଣ କରାଯାଇଛି । ପ୍ରଚାର ବେଳେ ସର୍ବାଧିକ ୫ ଜଣଙ୍କୁ ଅନୁମତି ମିଳିଛି । ରୋଡ୍ ସୋ, ପଦଯାତ୍ରା, ସାଇକେଲ, ବାଇକ୍ ରାଲି ହୋଇପାରିବ ନାହିଁ । ସର୍ବାଧିକ ୧୦୦ ଜଣଙ୍କୁ ନେଇ ଛୋଟ ଛୋଟ ରାଜନୈତିକ ସମାବେଶ ହୋଇପାରିବ। ଇଣ୍ଡୋର ହଲରେ କ୍ଷମତାର ୫୦% ଲୋକଙ୍କୁ ଉପସ୍ଥିତ ରଖିବାକୁ ଅନୁମତି ଦିଆଯାଇଛି ।

ଏହା ସହିତ ଖୋଲା ଜାଗାରେ ଧାର୍ଯ୍ୟ ସୀମା ମଧ୍ୟରେ ସମାବେଶ କରିବାକୁ ଅନୁମତି ଦିଆଯାଇଛି । ସମାବେଶରେ ମାସ୍କ ପରିଧାନ, ସାମାଜିକ ଦୂରତ୍ୱ ମାନିବା ବାଧ୍ୟତାମୂଳକ । ଗଣତି ପରେ କୌଣସି ବିଜୟ ଶୋଭାଯାତ୍ରା କରାଯାଇ ପାରିବ ନାହିଁ । ବିଜୟୀଙ୍କ ସହ ସର୍ବାଧିକ ୨ ଜଣ ରହିବେ । ନୋମିନେସନ ବେଳେ ପ୍ରାର୍ଥୀ ଓ ଜଣେ ପ୍ରସ୍ତାବକ ଯାଇପାରିବେ । ଗଣତି କେନ୍ଦ୍ର ସାମ୍ନାରେ ଅଧିକ ଲୋକ ଏକାଠି ହେବା ମନା ହୋଇଛି ।

Get real time updates directly on you device, subscribe now.