fbpx

ଦିନିକିଆ ସିରିଜ୍ ପୂର୍ବରୁ ଭାରତକୁ ଝଟକା: ଷ୍ଟାର ଅଲ୍ ରାଉଣ୍ଡର କୋଭିଡ୍ ପଜିଟିଭ, ଦଳକୁ ଫେରିଲେ ଜୟନ୍ତ ଓ ସାଇନି

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ଘୋଷିତ ଭାରତୀୟ ଦଳକୁ ଫେରିଛନ୍ତି ଜୟନ୍ତ ଯାଦବ ଓ ନବଦୀପ ସାଇନି। ଭାରତୀୟ ଷ୍ଟାର ଖେଳାଳି ୱାଶିଁଟନ ସୁନ୍ଦର କୋଭିଡ୍ ପଜିଟିଭ ହେବା ପରେ ବଦଳ ଖେଳାଳି ଭାବରେ ଜୟନ୍ତ ଯାଦବଙ୍କ ନାମ ଘୋଷଣା କରାଯାଇଛି। ବେଙ୍ଗାଲୁରୁ ସ୍ଥିତ ଏନସିଏରେ ଅଭ୍ୟାସ କରୁଥିବା ସୁନ୍ଦରଙ୍କ ନମୁନା ପଜିଟିଭ ଆସିଥିଲା।
ଏହା ପରେ ମ୍ୟାନେଜେମେଣ୍ଟ ଜୟନ୍ତଙ୍କୁ ବଦଳ ଖେଳାଳି ଭାବରେ ଘୋଷଣ କରିଥିଲା। ଜୟନ୍ତ ଯାଦବଙ୍କ ସହିତ ନବଦୀପ ଶୈନିଙ୍କୁ ମଧ୍ଯ ବଦଳ ଖେଳାଳି ଭାବରେ ଗ୍ରହଣ କରାଯାଇଛି। ମହମ୍ମ ସିରାଜଙ୍କ ହାର୍ମଷ୍ଟ୍ରିଙ୍ଗ ଟାଣି ହୋଇ ଥିବାରୁ ତାଙ୍କ ସ୍ଥାନରେ ଷ୍ଟାଣ୍ଡ ବାଇ ଘୋଷଣା କରାଯାଇଛି। ଦ୍ଵିତୀୟ ଟେଷ୍ଟ ରେ ତାଙ୍କ ହାର୍ମଷ୍ଟ୍ରିଙ୍ଗ ଟାଣି ହୋଇ ଯାଇଥିଲା।

Get real time updates directly on you device, subscribe now.