fbpx

ସରକାରୀ ଅଫିସରୁ ହଟିବ ପୋଷ୍ଟର ଓ ବ୍ୟାନର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ବାଜିଛି ବିଗୁଲ୍ । ଏହାକୁ ନେଇ ରାଜ୍ୟରେ ଆଚରଣ ବିଧି ମଧ୍ୟ ଲାଗୁ ହୋଇଛି । ଏହାରି ମଧ୍ୟରେ ସରକାରୀ ଅଫିସରୁ ନେତା, ମନ୍ତ୍ରୀ ଓ ସରକାରୀ ଯୋଜନାର ପୋଷ୍ଟର ବ୍ୟାନର ହଟାଇବାକୁ କୁହାଯାଇଛି । ପଞ୍ଚାୟତ ନିର୍ବାଚନ ଦୃଷ୍ଟିରୁ ରାଜ୍ୟ ନିର୍ବାଚନ କମିଶନର ଏନେଇ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ନିର୍ବାଚନ କମିଶନରଙ୍କ ସଚିବ । ସରକାରୀ ଅଫିସରେ ପୋଷ୍ଟର ଓ ବ୍ୟାନର ଯୋଗୁଁ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ହୋଇଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ଏଭଳି ପଦକ୍ଷେପ ନିଆଯାଇଛି । ସରକାରୀ ଅଧିକାରୀଙ୍କ ଗାଡ଼ିରେ ଲାଗିଥିବା ଷ୍ଟିକର ମଧ୍ୟ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

ତେବେ ରାଜ୍ୟରେ ୫ଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ହେବ । ଫେବ୍ରୁଆରୀ ୧୬ରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ରହିଥିବା ବେଳେ ଫେବ୍ରୁଆରୀ ୧୮ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବ । ଏହା ପରେ ଫେବ୍ରୁଆରୀ ୨୦, ୨୨ ଓ ୨୪ ରେ ଭୋଟ ଗ୍ରହଣ କରାଯିବ । ଫେବ୍ରୁଆରୀ ୨୫,୨୭ ଓ ୨୮ରେ ଭୋଟ ଗଣତି ହେବ । ସକାଳ ୭ଟାରୁ ଦିନ ଗୋଟାଏ ଯାଏଁ ମତଦାନ ହେବ । ପ୍ରାର୍ଥୀ ଭୁଲ ତଥ୍ୟ ଦେଇଥିଲେ ଦଣ୍ଡିତ ହେବେ ବୋଲି ଆୟୋଜିତ ପ୍ରେସମିଟରେ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି ।

Get real time updates directly on you device, subscribe now.