fbpx

IND vs BAN; ଖେଳିବେନି ବୁମରାହ, ଡେବ୍ୟୁ କରିବେ ଭାରତର ଏହି ଷ୍ଟାର ବୋଲର: ଟିମ ଇଣ୍ଡିଆରେ ମିଳିବ ସୁଯୋଗ

ନୂଆଦିଲ୍ଲୀ: ପାକିସ୍ତାନକୁ ଚିତପଟାଙ୍ଗ କରିବା ପରେ ଭାରତ ଗସ୍ତରେ ଆସିବ ବାଂଲାଦେଶ । ଏହି ଟେଷ୍ଟ ସିରିଜ ପାଇଁ ଟିମ ଇଣ୍ଡିଆ ମଧ୍ୟ ପ୍ରସ୍ତୁତି ଜାରି ରଖିଛି । ବିଶ୍ୱ ଟେଷ୍ଟ ଚମ୍ପିଆନସିପ ଫାଇନାଲ ମ୍ୟାଚରେ ଲଗାତାର ତୃତୀୟ ଥର ଏଣ୍ଟ୍ରି କରିବାକୁ ଟିମ ଇଣ୍ଡିଆ ପାଇଁ ଏହି ସିରିଜ ଖୁବ ଗୁରୁତ୍ୱପୂର୍ଣ୍ଣ ରହିଛି । ତେବେ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରେ ଟିମ ଇଣ୍ଡିଆର ଷ୍ଟାର ବୋଲର ମହମ୍ମଦ ଶାମୀ ଏବଂ ଜଶପ୍ରୀତ ବୁମରାହ ଉପଲବ୍ଧ ହୋଇ ନ ପାରନ୍ତି । ଏହି ସିରିଜରେ ବରିଷ୍ଠ ବୋଲର ମାନଙ୍କୁ ବିଶ୍ରାମ ଦେଇପାରେ ଭାରତୀୟ ବୋର୍ଡ ।

ବାଂଲାଦେଶ ବିପକ୍ଷ ସିରିଜ ପାଇଁ ଟିମ ଇଣ୍ଡିଆ ବଡ଼ ପ୍ଲାନ କରୁଥିବା ଅନୁମାନ କରାଯାଉଛି । ଟିମ ଇଣ୍ଡିଆର ୟର୍କର କିଙ୍ଗ ଜଶରପ୍ରୀତ ବୁମରାହଙ୍କୁ ବିଶ୍ରାମ ଦେଇ ତାଙ୍କ ସ୍ଥାନରେ ଜଣେ ଯୁବ ବୋଲରଙ୍କୁ ସୁଯୋଗ ଦେଇପାରେ ବିସିସିଆଇ । ବୁମରାହଙ୍କ ସ୍ଥାନରେ ବାମହାତୀ ଷ୍ଟାର ବୋଲର ଅର୍ଶଦୀପ ସିଂହ ବାଂଲାଦେଶ ବିପକ୍ଷ ସିରିଜ ପାଇଁ ଚୟନ ହୋଇପାରନ୍ତି । ରିପୋର୍ଟ ଅନୁସାରେ, ଅର୍ଶଦୀପ ସିଂହ ବାଂଲାଦେଶ ବିପକ୍ଷ ଏହି ସିରିଜ ଜରିଆରେ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିପାରନ୍ତି । ବୁମରାହଙ୍କୁ ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପୂର୍ବରୁ ପ୍ରସ୍ତୁତି ପାଇଁ ଉଚିତ୍ ସମୟ ଦେବାକୁ ଚାହୁଁଛି ବୋର୍ଡ । ସେପଟେ ଶାମୀ ବର୍ତ୍ତମାନ ସୁଦ୍ଧା ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନଥିବାରୁ ଦଳରେ ତାଙ୍କୁ ସାମିଲ କରି ନ ପାରେ ଟିମ ଇଣ୍ଡିଆ ।

ବୁମରାହ ଏବଂ ଶାମୀଙ୍କ ଅନୁପସ୍ଥିତିରେ ମହମ୍ମଦ ସିରାଜ ଏବଂ ମୁକେଶ କୁମାର ଦଳର ବୋଲିଂ ୟୁନିଟରେ ପ୍ରମୁଖ ଭୂମିକା ତୁଲାଇବେ । ତେବେ ତୃତୀୟ ବୋଲର ଭାବରେ ଅର୍ଶଦୀପ ସିଂହ ଏବଂ ଆକାଶଦୀପଙ୍କ ମଧ୍ୟରେ କଡ଼ା ଟକ୍କର ହୋଇପାରେ । ଉଭୟ ବୋଲରଙ୍କ ମଧ୍ୟରୁ ଜଣେ ଦଳରେ ସୁଯୋଗ ପାଇପାରନ୍ତି । ବୁମରାହ ଏବଂ ଶାମୀଙ୍କ ଅନୁପସ୍ଥିତିରେ ଏହି ସିରିଜ ନିଜକୁ ପ୍ରମାଣ କରିବାର ସୁଯୋଗ ରହିବ । ସେପଟେ ଷ୍ଟାର ୱିକେଟ କିପର ଋଷଭ ପନ୍ତ ମଧ୍ୟ ଟେଷ୍ଟ କ୍ରିକେଟରେ କମବ୍ୟାକ କରିବା ପାଇଁ ପ୍ରସ୍ତୁତ ରହିଛନ୍ତି ।

ବାଂଲାଦେଶ ବିପକ୍ଷରେ ଭାରତୀୟ ଦଳ: ରୋହିତ ଶର୍ମା(ଅଧିନାୟକ), ଯଶସ୍ୱୀ ଜଏସ୍ୱାଲ, ଶୁଭମନ ଗିଲ୍, ବିରାଟ କୋହଲି, ସରଫରାଜ ଖାନ୍, ଦେବଦତ୍ତ ପାଡିକଲ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଆର. ଅଶ୍ୱୀନ, ଋଷଭ ପନ୍ତ, ଧ୍ରୁବ ଜୁରେଲ, କୁଳଦୀପ ଯାଦବ, ମହମ୍ମଦ ସିରାଜ, ମୁକେଶ କୁମାର, ଅର୍ଶଦୀପ ସିଂହ ।

Get real time updates directly on you device, subscribe now.