ଭାରତର ଆକ୍ସନରେ ପାକିସ୍ତାନ ଛାନିଆ, ପୁଞ୍ଚ୍ର LoCରେ ଥିବା ଗାଁରେ ବଙ୍କର ପ୍ରସ୍ତୁତ
ଭାରତ-ପାକିସ୍ତାନ ସୀମାରେ ବଙ୍କର ପ୍ରସ୍ତୁତ
ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ସୀମାରେ ବଙ୍କର ପ୍ରସ୍ତୁତ ହୋଇଛି। ପୁଞ୍ଚ୍ର LoCରେ ଥିବା ଗାଁରେ ବଙ୍କର ପ୍ରସ୍ତୁତ ହେବା ନେଇ ଖବର ସାମ୍ନାକୁ ଆସିଛି। ପ୍ରତିକୂଳ ପରିସ୍ଥିତିରେ ରହିବାର ବ୍ୟବସ୍ଥା ଚାଲିଛି।
LoCରେ ଗୁଳିଗୋଳା ଗର୍ଜନକୁ ନେଇ ଆଗୁଆ ପ୍ରସ୍ତୁତି ଚାଲିଛି। ପହଲଗାମ୍ ଆତଙ୍କୀ ହମଲା ପରଠୁ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଏଥିରେ ଦକ୍ଷିଣ କାଶ୍ମୀରରେ ସିଆରପିଏଫ ଏବଂ ଜମ୍ମୁ କାଶ୍ମୀର ପୋଲିସ ଦ୍ୱାରା ବନ୍ଦୀ ଏବଂ ତଲାସୀ ଅଭିଯାନ ଜାରି ରହିଛି। ସୁରକ୍ଷାକର୍ମୀଙ୍କ ଦ୍ୱାରା ପ୍ରତ୍ୟେକ ଘରକୁ ଯାଞ୍ଚ କରାଯାଉଛି।