fbpx
BJD SKY
BJD SKY

ବ୍ୟବହୃତ ପୁରୁଣା ବ୍ୟାଟେରୀ ଜାଳିବା ନବଜାତ ଶିଶୁ ଓ ମହିଳାଙ୍କ ପାଇଁ ବିପଦ: ରିସର୍ଚ୍ଚରୁ ଖୁଲାସା

BJD

ବ୍ୟବହୃତ ହୋଇଥିବା ବ୍ୟାଟେରୀର ଲିଡକୁ ସର୍ବସାଧାରଣରେ ଜାଳିବା ଦ୍ୱାରା ଶିଶୁ ଓ ଗର୍ଭବତୀ ମହିଳାଙ୍କଠାରୁ ଜନ୍ମ ହେବାକୁ ଥିବା ଶିଶୁଙ୍କ ଜୀବନ ଉପରେ ଏହାର ପ୍ରଭାବ ପଡ଼ିଥାଏ । ମହାବୀର କ୍ୟାନ୍ସର ପ୍ରତିଷ୍ଠାନର ପାଇଲଟ୍ ଗବେଷଣା ସମୟରେ ଏଥିରୁ ଅନେକ ଆଶ୍ଚର୍ଯ୍ୟଜନକ ଫଳାଫଳ ସାମ୍ନାକୁ ଆସିଛି । ଏହା ପରେ ମହାବୀର କ୍ୟାନ୍ସର ପ୍ରତିଷ୍ଠାନର ରିସର୍ଚ୍ଚ ଟିମ୍ ଆମେରିକାର ଏକ ଟ୍ରଷ୍ଟର ସହଯୋଗରେ ଏହା ଉପରେ ରିସର୍ଚ୍ଚ ଆରମ୍ଭ କରିଛି । ମହାବୀର କ୍ୟାନ୍ସର ପ୍ରତିଷ୍ଠାନର ଅନୁସନ୍ଧାନ ବିଭାଗର ଦାୟିତ୍ୱରେ ଥିବା ତଥା ପ୍ରଦୂଷଣ ବୋର୍ଡର ଚେୟାରମ୍ୟାନ୍ ପ୍ରଫେସର ଅଶୋକ କୁମାର ଘୋଷଙ୍କ କହିବା ମୁତାବକ, ବ୍ୟବହୃତ ପୁରୁଣା ବ୍ୟାଟେରୀର ଲିଡକୁ ସର୍ବସାଧାରଣରେ ଜାଳିବା ଦ୍ୱାରା ଏଥିରୁ ଲିଡ ଗ୍ୟାସ୍ ନିର୍ଗତ ହେଉଛି । ଏହି ଲିଡ ଗ୍ୟାସ୍ ଖାସକରି ଶିଶୁ ଏବଂ ଗର୍ଭବତୀ ମହିଳାମାନଙ୍କ ପାଇଁ ବିପଜ୍ଜନକ ବୋଲି ପ୍ରମାଣିତ ହୋଇଛି ।

ପ୍ରଫେସର ଘୋଷଙ୍କ ମତରେ, ‘ଗାଡିରେ ବ୍ୟବହୃତ ବ୍ୟାଟେରୀ, ଘରେ ଥିବା ଇନଭର୍ଟର ସମେତ ବର୍ଜିତ ବ୍ୟାଟେରୀରୁ ବାହାରୁଥିବା ଲିଡକୁ ସର୍ବସାଧାରଣରେ ପୋଡାଯାଏ, ଯାହା ଅତ୍ୟନ୍ତ ବିପଜ୍ଜନକ । ଏଥିରୁ ବାହାରୁଥିବା ଗ୍ୟାସର କୁପରିଣାମ ଶିଶୁମାନଙ୍କ ବ୍ୟତୀତ ଗର୍ଭବତୀ ମହିଳାଙ୍କ ଗର୍ଭରେ ବଢ଼ୁଥିବା ପିଲାମାନଙ୍କ ଉପରେ ପଡିଥାଏ । ଏହି ଲିଡ ଗ୍ୟାସ୍ ସହିତ ଜନ୍ମ ହୋଇଥିବା ପିଲା ମାନସିକ ସ୍ତରରେ ଦୁର୍ବଳ ହେବା ସହିତ ପଙ୍ଗୁ ମଧ୍ୟ ହୋଇଥାନ୍ତି ଏବଂ ସେମାନଙ୍କର ବୃଦ୍ଧି କମିଯାଏ ।

କିଛି ମାସ ପୂର୍ବରୁ ପାଇଲଟ୍ ଅନୁସନ୍ଧାନରେ ଅନେକ ଆଶ୍ଚର୍ଯ୍ୟଜନକ ଫଳାଫଳ ବାହାରିବା ପରେ ମହାବୀର କ୍ୟାନ୍ସର ପ୍ରତିଷ୍ଠାନର ରିସର୍ଚ୍ଚ ଟିମ୍ ଆମେରିକାର ଭିଟାଲ୍ ଷ୍ଟ୍ରାଟେଜୀ ଇନଷ୍ଟିଚ୍ୟୁଟ୍ ସହିତ ମିଳିତ ଭାବରେ ଏହା ଉପରେ ଗବେଷଣା ଆରମ୍ଭ କରିଛି । ସର୍ବସାଧାରଣରେ ପୁରୁଣା ବ୍ୟାଟେରୀ ନଷ୍ଟ କରିବା ପ୍ରଦୂଷଣ ନିୟମ ବିରୁଦ୍ଧ ବୋଲି ସେମାନେ କହିଛନ୍ତି । ଏହି ନିଷ୍ଠୁର ପଦ୍ଧତିକୁ ସେମାନେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି ।

 

Get real time updates directly on you device, subscribe now.