fbpx

ଓଲଟିଲା ବସ,୨୫ ଆହତ

 ସୋର : ଓଲଟିଲା ପର୍ଯ୍ୟଟନ ବସ । ଭାରସମ୍ୟ ହରାଇ ଓଲଟିଲା ପର୍ଯ୍ୟଟନ ବସ । ବସ ର୍ଦୁଘଟଣାରେ ୨୫ ରୁ ୩୦ ଆହତ ହୋଇଥିବା ସୂଚନା ମିଳୁଛି । ଘଟଣାଟି ସୋରଥାନା ଅନ୍ତର୍ଗତ ତଳନଗର ଛକ ନିକଟରେ ଘଟିଛି।  ବସ ଟି ଭାରସାମ୍ୟ ହରାଇ  ରାସ୍ତା କଡକୁ ଓଲଟି ପଡିଥିଲା ।  ଏହା ସହିତ ସମସ୍ତ ଆହତ ମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଆହତ ମାନଙ୍କ ମଧ୍ୟରେ କିଛି ଲୋକ ଗୁରୁତର ମାନଙ୍କୁ ବାଲେଶ୍ୱର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।
ସୂଚନା ମୁତାବକ ବସଟି ପଶ୍ଚିମବଙ୍ଗରୁ ପୁରୀ ଅଭିମୁଖେ ଆସୁଥିଲା । ବସରେ ପ୍ରାୟ ୭୫ ଜଣ ଯାତ୍ରୀ ଥିଲେ ବୋଲି ସୂଚନା ମିଳୁଛି । ତେବେ ଅଗ୍ନିଶମ ବାହିନୀ ଆଉ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

 

Get real time updates directly on you device, subscribe now.