fbpx

Big Breaking; ଗାଡ଼ି ଚଳାଇବା ବେଳେ ବସ୍ ଡ୍ରାଇଭରଙ୍କ ମୃତ୍ୟୁ: ବସ୍ ଭିତରେ ଥିଲେ ୫୦ ପର୍ଯ୍ୟଟକ…

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରିରେ ଘଟିଯାଇଛି ଏକ ବିରାଟ ବଡ଼ ଅଘଟଣ । ଗାଡ଼ି ଚଳାଉଥିବା ବେଳେ ବସ୍ ଡ୍ରାଇଭରଙ୍କୁ ହୃଦଘାତ ହେବାରୁ ତାଙ୍କର ମୃତ୍ୟୁ ହୋଇଛି । ୫୦ ଜଣ ଯାତ୍ରୀଙ୍କୁ ଗାଡ଼ିରେ ନେଇ ଫେରୁଥିବା ବେଳେ ଏଭଳି ଏକ ଅଘଟଣ ଘଟିଯାଇଛି । ତେବେ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ସମସ୍ତ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ହୃଦଘାତ ଯୋଗୁଁ ବସ୍ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ଜାଣିବାକୁ ମିଳିଛି । ତେବେ ମୃତ୍ୟୁ ପୂର୍ବରୁ ୫୦ ଜଣ ଯାତ୍ରୀଙ୍କୁ ନୂଆ ଜୀବନ ଦେଇଯାଇଛନ୍ତି ସମ୍ପୃକ୍ତ ବସ୍ ଡ୍ରାଇଭର ।

ହୃଦଘାତରେ ଟଳି ପଡ଼ିବା ପୂର୍ବରୁ ଗାଡ଼ି ଚାଳକ ବସଟିକୁ ସୁରକ୍ଷିତ ଭାବରେ ନିୟନ୍ତ୍ରଣ କରି ଗୋଟିଏ ସ୍ଥାନରେ ଛିଡ଼ା କରିଥିଲେ । ଯାହା ଫଳରେ ବସଟି ଏକ ବଡ଼ ଦୁର୍ଘଟଣାରୁ ରକ୍ଷା ପାଇଯାଇଛି । ତେବେ ଡ୍ରାଇଭର ତୁରନ୍ତ ହସ୍ପିଟାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଛନ୍ତି । ସୂଚନା ମିଳିଛି ଯେ, ଏହି ୫୦ ଜଣ ଯାତ୍ରୀଙ୍କୁ ଧରି କୋଲକାତାରୁ ପଞ୍ଚଲିଙ୍ଗେଶ୍ୱର ଫେରୁଥିଲେ ବସ୍ ଡ୍ରାଇଭର । କିନ୍ତୁ ପାଟପୁର ନିକଟରେ ଏଭଳି ଏକ ଅଘଟଣ ଘଟିଯିବାରୁ ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି । ଏହାପରେ ସ୍ଥାନୀୟ ଯୁବକ ବସ୍ ଚଳାଇ ପର୍ଯ୍ୟଟକମାନଙ୍କୁ ସେମାନଙ୍କ ଲକ୍ଷ୍ୟସ୍ଥଳରେ ପହଞ୍ଚାଇଛନ୍ତି ।

Get real time updates directly on you device, subscribe now.