fbpx

(Video) ବଡ଼ ଦୁର୍ଘଟଣା: ଖାଇ ମଧ୍ୟକୁ ଖସିଲା ତୀର୍ଥଯାତ୍ରୀ ବସ୍, ଶେଷଯାତ୍ରାରେ ୭ ଜଣ ଶ୍ରଦ୍ଧାଳୁ, ୨୭ ଜଣ ଆହତ

ନୂଆଦିଲ୍ଲୀ: ଦୁର୍ଘଟଣା ସବୁବେଳେ ଅଚାନକ ଆସେ । ଅନେକ ସମୟରେ ରାସ୍ତାଘାଟରେ ଦୁର୍ଘଟଣା ଘଟି ଅନେକ ନିରୀହ ଜୀବନ ଚାଲିଯାଉଥିବାର ଦେଖାଯାଉଛି । ତେବେ ଏହା ମଧ୍ୟରେ ଉତ୍ତରାଖଣ୍ଡରୁ ଆସିଛି ଏକ ବଡ଼ ଦୁର୍ଘଟଣା ଖବର । ୩୫ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ କିଛି ଯାତ୍ରୀ ମୃତାହତ ହୋଇଥିବା ଜଣାପଡ଼ିଛି ।

ଖବର ମୁତାବକ, ଉତ୍ତରାଖଣ୍ଡର ଗଙ୍ଗୋତ୍ରୀ ନ୍ୟାସନାଲ ହାଇୱେରେ ଗଙ୍ଗନାନୀ ନିକଟରେ ଏକ ଯାତ୍ରୀବାହୀ ବସ ୩୫ ଜଣ ଯାତ୍ରୀଙ୍କୁ ନେଇ ଯାଉଥିଲା । ଗଙ୍ଗୋତ୍ରୀ ଦର୍ଶନ ସାରି ଫେରୁଥିବା ସମୟରେ ଦୁର୍ଘଟଣାରେ ୭ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିଲା । ଏଥିସହିତ ୨୭ ଜଣ ମଧ୍ୟ ଆହତ ହୋଇଛନ୍ତି । ଦୁର୍ଭାଗ୍ୟବଶତଃ ବସଟି ଏକ ବିରାଟ ଖାଇ ମଧ୍ୟକୁ ଖସି ପଡ଼ିଥିଲା । ଖବର ପାଇ ଘଟଣାସ୍ଥଳରେ ୧୦୮ ଆମ୍ବୁଲାନ୍ସ ପହଞ୍ଚିବା ସହିତ ସମସ୍ତ ଆହତଙ୍କୁ ନିକଟସ୍ଥ ମେଡିକାଲକୁ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା ।

ଖବର ପାଇ ଘଟଣାସ୍ଥଳରେ ଏସପି, ଡିଏମ, ଏସଡିଏମ, ଏସଡିଆରଏଫ, ଏନଡିଆରଏଫ, ଫାୟାର ସର୍ଭିସ ଓ ୧୦୮ ଆମ୍ବୁଲାନ୍ସ ପହଞ୍ଚିଥିଲେ । ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଜଣେ ଯାତ୍ରୀ ଫଶି ରହିଥିବା କୁହାଯାଉଛି । ସୂଚନାଯୋଗ୍ୟ ଯେ, ଗତ ୧୫ ତାରିଖରେ ମଧ୍ୟ ଅନୁରୂପ ଏକ ଦୁର୍ଘଟଣା ଦେଖିବାକୁ ମିଳିଥିଲା । ୨୦ ଜଣ ଯାତ୍ରୀଙ୍କୁ ନେଇ ଡେରାଡୁନରୁ ଉତ୍ତରକାଶୀ ଅଭିମୁଖେ ଯାଉଥିବା ପରିବହନ ନିଗମର ଏକ ବସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫଳରେ ୨୦ ଜଣ ଯାତ୍ରୀ ଆହତ ହୋଇଥିଲେ ।

Get real time updates directly on you device, subscribe now.