fbpx

ଗ୍ରୀନ ଜୋନରେ ଗଡ଼ିବ ସରକାରୀ ବସ୍

ଭୁବନେଶ୍ୱର, ୧୩ା୫(ଓଡ଼ିଶା ଭାସ୍କର): ଗ୍ରୀନ ଜୋନରେ ସରକାରୀ ବସ୍ ଗଡ଼ିବା ନେଇ ସୂଚନା ମିଳିଛି । ଘରୋଇ ବସ୍ ମାଲିକ ରାଜି ନହେବାରୁ ଓଏସଆରଟିସି ବସ୍ ଚାଲିବ । କିନ୍ତୁ ଯାତ୍ରୀଙ୍କୁ ଦୁଇ ଗୁଣା ବସ୍ ଭଡ଼ା ଦେବାକୁ ପଡ଼ିବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଗାଡ଼ି ଚଳାଇବାକୁ ଘରୋଇ ବସ୍ ମାଲିକଙ୍କୁ ଅନୁରୋଧ କରାଯାଇଥିଲା । କିନ୍ତୁ ସେମାନେ ରାଜି ନହେବାରୁ ସରକାର ଏହିଭଳି ନିଷ୍ପତ୍ତି ନେଇଛନ୍ତି । ସରକାରୀ ବସ୍ ଚାଲିବା ସହ ଯାତ୍ରୀଙ୍କୁ ସେବା ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.