ଓଲଟିପଡ଼ିଲା ଚଳନ୍ତା ବସ୍‌, ୨୦ରୁ ଅଧିକ ଆହତ

ଓଲଟିଲା ବସ୍‌, ୨୦ରୁ ଅଧିକ ଆହତ

ଯାଜପୁର: ଓଲଟିଲା ବସ୍‌। ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। 16 ନମ୍ବର ଜାତୀୟ ରାଜପଥରେ ଓଲଟିପଡ଼ିଲା ଏହି ବସ୍‌। କଟକରୁ ବରୀ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ବସ୍‌ରେ ଅଧିକ ଯାତ୍ରୀ ଥିବାରୁ ଭାରସାମ୍ୟ ହରାଇ ଓଲଟିପଡ଼ିଛି ଏହି ବସ୍‌।

ଆଜି ବର୍ଷା ଯୋଗୁଁ ଭୁଶୁଡି ପଡିଥିଲା କୁକୁଡ଼ା ଫାର୍ମ କାନ୍ଥ। ଏଥିପାଇଁ ଚାଲିଗଲା 2 ଜଣଙ୍କ ଜୀବନ। ଏହା ନୂଆପଡ଼ାର ପଟପରପାଲି ଅଞ୍ଚଳରେ ଘଟିଥିଲା।

ଏଠାରେ ଦିବାକର ସବର ନାମକ ଜଣେ ବ୍ୟକ୍ତି ସରକାରୀ ସବସିଡି ଋଣ ମାଧ୍ୟମରେ ପ୍ରାପ୍ତ ପାଣ୍ଠିରେ ଏକ କୁକୁଡ଼ା ଫାର୍ମ ନିର୍ମାଣ କରୁଥିଲେ। ରବିବାର ପ୍ରାୟ ୧୧ଟା ସମୟରେ ଦିବାକରଙ୍କ ପତ୍ନୀ ବାଲମତି ସବର, ତାଙ୍କ ସମ୍ପର୍କୀୟ ରୂପେ ସବର ଏବଂ ସେମାନଙ୍କର ୮ ବର୍ଷର ଝିଅ ରିଧି ସବର ନିର୍ମାଣାଧୀନ କୁକୁଡ଼ା ଫାର୍ମ ଯାଞ୍ଚ କରିବାକୁ ଯାଇଥିବା ବେଳେ, ବର୍ଷା ଯୋଗୁଁ ଏକ ଆଂଶିକ ନିର୍ମିତ କାନ୍ଥ ଭୁଶୁଡ଼ି ପଡ଼ିଥିଲା।

କାନ୍ଥ ପଡ଼ିବା ଫଳରେ ବାଲମତି ଏବଂ ରୂପେଙ୍କର ମୃତ୍ୟୁ ଘଟିଥିବାବେଳେ ଶିଶୁ ରିଧି ଗୁରୁତର ଆହତ ହୋଇଥିଲେ ଏବଂ ତାଙ୍କୁ ତୁରନ୍ତ ପ୍ରାଥମିକ ଚିକିତ୍ସା ପାଇଁ ପଠାଯାଇଥିଲା।