fbpx

ଖୁସି ଖବର: ରାଜ୍ୟରେ ସ୍ୱାଭାବିକ ହେବ ବସ୍ ସେବା!

ଭୁବନେଶ୍ୱର,୧ ।୯(ଓଡିଶା ଭାସ୍କର): କରୋନା ମହାମାରୀର ମୁକାବିଲା ପାଇଁ ଅନଲକ୍ ୪ର ଗାଇଡଲାଇନ୍ ଜାରି ହୋଇଛି । ଏଥିରେ ଅନେକ ନିୟମ କୋହଳ କରାଯାଇଛି । ଏହାରି ମଧ୍ୟରେ ରାଜ୍ୟରେ ସରକାରୀ ଓ ଘରୋଇ ବସ୍ ଚଳାଚଳ ସ୍ୱାଭାବିକ ହେବ ବୋଲି କୁହାଯାଇଛି । କଟକଣା କୋହଳ ହୋଇଥିବାରୁ ବସ୍ ଚାଲିବା ନେଇ ମନ୍ତ୍ରୀ ଆଶାବାଦୀ ଅଛନ୍ତି । ଏନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବସ୍ ମାଲିକଙ୍କ ଟିକସ ଛାଡ ସହ ଅନ୍ୟ ଦାବି ପୂରଣ କରାଯାଇଛି । ଉଭୟ ଯାତ୍ରୀ ଓ ବସ୍ କର୍ମଚାରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଛି । ପୂର୍ବରୁ ଅନୁମତି ଥିଲେ ବି ଯାତ୍ରୀ ଅଭାବକରୁ କମ ବସ୍ ଚାଲୁଥିଲା ବୋଲି ମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.