fbpx

ଆସନ୍ତା ପାଞ୍ଚ ଦିନ ବଜାର ବନ୍ଦ ପାଇଁ ବଣିକ ସଂଘର ନିଷ୍ପତ୍ତି

Advertisement

ହିଞ୍ଜିଳିକାଟୁ-୨୫ ।୪(ଓଡିଶା ଭାସ୍କର): ଦେଶରେ ତଥା ରାଜ୍ୟରେ କ୍ରମାଗତ ଭାବରେ ବଢିଚାଲିଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା କାଲି ଠାରୁ ୫ଦିନ ପାଇଁ ଦୋକାନ ବଜାର ବନ୍ଦ ରଖିବା ପାଇଁ ହିଞ୍ଜିଳିକାଟୁ ଲକ୍ଷ୍ମୀ ନୃସିଂହ ବଣିକ ସଂଘ ନିଷ୍ପତ୍ତି ଗ୍ରହଣ କରିଛି। ଆଜି ଏ ସମ୍ବନ୍ଧରେ ବଣିକ ସଂଘ କର୍ମକର୍ତ୍ତା ସଭାପତି ନୃସିଂହ ପ୍ରସାଦ ପଟ୍ଟନାୟକଙ୍କ ନେତୃତ୍ୱରେ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଡଃ. ମନୋରଞ୍ଜନ ସାହୁଙ୍କୁ ଭେଟି ଆଲୋଚନା କରିବା ସହ ବଜାର ବନ୍ଦ ପାଇଁ ପ୍ରସ୍ତାବ ଦେଇଛନ୍ତି। ପ୍ରକାଶ ଥାଉକି ବଣିକ ସଂଘ ୫ଦିନ ବଜାର ବନ୍ଦ ପାଇଁ ଘୋଷଣା କରିଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପ୍ରକାରେ ପୂର୍ବଭଳି ଶନିବାର ଏବଂ ରବିବାର ମଧ୍ୟ ସଟଡାଉନ ଯୋଗୁଁ ବଜାର ବନ୍ଦ ରହିବ। ତେଣୁ ଦେଖିବାକୁ ଗଲେ ଆସନ୍ତା ସପ୍ତାହ ହିଞ୍ଜିଳିକାଟୁ ବଜାର ବନ୍ଦ ରହିବ। ତେବେ ଅତ୍ୟାବଶ୍ୟକୀୟ ସାମଗ୍ରୀର କିଣା ବିକା ପାଇଁ ସକାଳୁ ଅପରାହ୍ନ ୧ ଯାଏଁ କୋହଳ କରାଯାଇଛି। ରାସନ, ପରିବା, କ୍ଷୀର ଦୋକାନ ଅପରାହ୍ନ ୧ ଯାଏଁ ଖୋଲା ଯାଇ ପାରିବି ବୋଲି ଧାର୍ଯ୍ୟ କରାଯାଇଛି। ସେହିପରି ମେଡ଼ିସିନ ଦୋକାନ ପୂର୍ବଭଳି ସାରାଦିନ ଖୋଲା ରହିବ।

Get real time updates directly on you device, subscribe now.