fbpx
BJD SKY
BJD SKY

ଅନ୍ତିମ ଟେଷ୍ଟ ପାଇଁ ଇଂଲଣ୍ଡ ଦଳ ଘୋଷିତ; ଦଳକୁ ଫେରିଲେ ଏହି ଷ୍ଟାର ଖେଳାଳି

BJD

ନୂଆଦିଲ୍ଳୀ: ଭାରତ ବିପକ୍ଷ ଅନ୍ତିମ ଟେଷ୍ଟ ପାଇଁ ଇଂଲଣ୍ଡ ଦଳ ଘୋଷଣା କରାଯାଇଛି । ଇସିବି ପକ୍ଷରୁ ୧୬ ଜଣିଆ ଦଳ ଘୋଷଣା କରାଯାଇଥିବା ବେଳେ ଦଳକୁ ଫେରିଛନ୍ତି ଜୋସ ବଟଲର ଏବଂ ଜ୍ୟାକ ଲିଚ୍ । ଚତୁର୍ଥ ମ୍ୟାଚରେ ପରାଜିତ ହୋଇଥିବା ଇଂଲଣ୍ଡ ଦଳ ବର୍ତ୍ତମାନ ସିରିଜରେ ୨-୧ରେ ପଛୁଆ ରହିଛି । ୧୦ ତାରିଖରେ ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫୋର୍ଡ ଠାରେ ଖେଳାଯିବାକୁ ଥିବା ଏହି ମ୍ୟାଚ ପାଇଁ ଇଂଲଣ୍ଡ ଦଳରେ ବଟଲର ଓ ଲିଚଙ୍କୁ ସାମିଲ କରାଯାଇଛି ।

ଲାଙ୍କାଶାୟର ୱିକେଟ ରକ୍ଷକ ବ୍ୟାଟ୍ସମ୍ୟାନ ବଟଲର ଚତୁର୍ଥ ଟେଷ୍ଟରୁ ଓହରି ଯାଇଥିବା ବେଳେ ଲିଚଙ୍କୁ ଅଦ୍ୟାବଧି ଦଳରେ ସ୍ଥାନ ମିଳି ନାହିଁ । କନ୍ୟା ସନ୍ତାନର ଜନ୍ମ ପାଇଁ ବଟଲର ଓଭାଲ ଟେଷ୍ଟରୁ ଓହରି ଯାଇଥିଲେ । ଇଂଲଣ୍ଡ ଦଳ ସ୍ପେସିଆଲିଷ୍ଟ ସ୍ପିନରଙ୍କ ବିନା ପଡିଆକୁ ଓହ୍ଲାଇଥିବା ବେଳେ ଅନ୍ତିମ ଟେଷ୍ଟରେ ଲିଚ ସ୍ଥାନ ପାଇବାର ସମ୍ଭାବନା ରହିଛି । ଅନ୍ୟ ପକ୍ଷରେ ବଟଲରଙ୍କ ସ୍ଥାନରେ ଖେଳିଥିବା ଦାୱିଦ ମଲାନ ପ୍ରଥମ ଇନିଂସରେ ଚମକ୍ରାର ଅର୍ଦ୍ଧଶତକ ହାସଲ କରିଥିବା ବେଳେ ତାଙ୍କ ଖେଳିବା ଆପାତତଃ ସ୍ପଷ୍ଟ ରହିଛି ।

Get real time updates directly on you device, subscribe now.